ଖଡ଼ିଆଳ ରାଜପ୍ରାସାଦରେ ଭାଲୁ

A bear in the royal palace

ଖଡ଼ିଆଳ ରାଜପ୍ରାସାଦରେ ଭାଲୁ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ଭିତରେ ବୁଧବାର ଗୋଟିଏ ଭାଲୁ ବୁଲୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଭାଲୁଟି ରାଜପ୍ରସାଦ ପାର୍ଶ୍ୱରେ ଥିବା ଘଞ୍ଚବୁଦାରେ ଘୂରି ବୁଲୁଥିଲା। ଦିନସାରା ବନ ବିଭାଗର କର୍ମଚାରୀମାନେ ଭାଲୁକୁ ସୁରକ୍ଷା ଦେଇଥିଲେ। ହେଲେ ରାତି ୭ଟାରେ ଭାଲୁଟି ରାଜ ପ୍ରାସାଦକୁ ଯାଇ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ବୁଲାବୁଲି କରିବା ସହିତ ରାଜପ୍ରାସାଦର ଡାଇନିଂ ହଲ୍‌କୁ ବି ଯାଇଥିଲା। ରାଜ ପରିବାରର ଲୋକେ କବାଟ ବନ୍ଦ କରି ରହିଥିଲେ। ବନ ବିଭାଗ, ପୁଲିସ ବିଭାଗ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଭାଲୁକୁ ଘଉଡ଼ାଇ ଥିଲେ।

ଭାଲୁ ରାଜପ୍ରସାଦରୁ ବାହାରି ସହରର କିଛି ସ୍ଥାନରେ ବୁଲିବା ସହିତ ରାତି ୧୨ଟାରେ ବିଜେପୁର ରାସ୍ତା ଦେଇ ଜଙ୍ଗଲକୁ ଯାଇଥିବା ବନ ବିଭାଗ ସୂଚନା ଦେଇଛି। ପୁଣି ଗୁରୁବାର ସକାଳ ୬ଟାରୁ ବନ ବିଭାଗ କର୍ମଚାରୀମାନେ ଭାଲୁର ଗତିବିଧି ନିରୀକ୍ଷଣ କରିଥିଲେ। ହେଲେ ଭାଲୁଟି ଜଙ୍ଗଲକୁ ଚାଲି ଯାଇଥିବା ବନ ବିଭାଗ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe