ଖୁସି ଖବର: ରାଜ୍ୟରେ ଦିନିକରେ ସର୍ବାଧିକ ସୁସ୍ଥ ହେଲେ ୧୧୧୯ ଜଣ, ସୁସ୍ଥଙ୍କ ସଂଖ୍ୟା ୨୩ ହଜାର ୭୩କୁ ବୃଦ୍ଧି

Advertisment
ଖୁସି ଖବର: ରାଜ୍ୟରେ ଦିନିକରେ ସର୍ବାଧିକ ସୁସ୍ଥ ହେଲେ ୧୧୧୯ ଜଣ, ସୁସ୍ଥଙ୍କ ସଂଖ୍ୟା ୨୩ ହଜାର ୭୩କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସହଯୋଗ ଏବଂ କୋଭିଡ ଯୋଦ୍ଧାଙ୍କର ନିରନ୍ତର ଉଦ୍ୟମ ଫଳରେ ଆଜି ରାଜ୍ୟବାସୀଙ୍କୁ ମିଳିଛି କରୋନା ସଂପର୍କିତ ସବୁଠାରୁ ବଡ଼ ଖୁସି ଖବର। ରାଜ୍ୟର ୨୭ଟି ଜିଲ୍ଲାରୁ ଆଜି ୧୧୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ରାଜ୍ୟ ସରକାର କରୋନା ଯୋଦ୍ଧାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୨୩ ହଜାର ୭୩ରେ ପହଞ୍ଚିଛ।

ଆଜି ଗଂଜାମ ଜିଲ୍ଲାରୁ ସର୍ବାଧିକ ୩୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୯୭ ଜଣ, ଗଜପତି ଜିଲ୍ଲାରୁ ୮୩ ଜଣ, ଯାଜପୁର ଜିଲ୍ଲାରୁ ୭୦ ଜଣ, କେନ୍ଦୁଝର ଜିଲ୍ଲାରୁ ୫୭ ଜଣ, କଟକ ଜିଲ୍ଲାରୁ ୫୦ ଜଣ, ବୌଦ୍ଧ ଜିଲ୍ଲାରୁ ୪୦ ଜଣ, ନୟାଗଡ଼ ଜିଲ୍ଲାରୁ ୩୭ ଜଣ, ରାୟଗଡ଼ା ଜିଲ୍ଲାରୁ ୩୭ ଜଣ, ପୁରୀ ଜିଲ୍ଲାରୁ ୩୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୩୦ ଜଣ, ମୟୂରଭଂଜ ଜିଲ୍ଲାରୁ ୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଭଦ୍ରକ ଜିଲ୍ଲାରୁ ୨୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୭ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୪ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୨ ଜଣ, କନ୍ଧମାଳ ଜିଲ୍ଲାରୁ ୧୭ ଜଣ, ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାରୁ ୧୬-୧୬ ଜଣ, ମାଲକାନଗିରି ଜିଲ୍ଲାରୁ ୧୫ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୨ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧ ଜଣ, ଅନୁଗୁଳ ଓ କୋରାପୁଟ ଜିଲ୍ଲାରୁ ୫-୫ ଜଣ, ବରଗଡ଼ ଜିଲ୍ଲାରୁ ୪ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୩ ଜଣ ଓ ଝାରସୁଗୁଡ଼ା ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୫ ଲକ୍ଷ ୫୬ ହଜାର ୫୮୮ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି। ଏଥିରୁ ଏଯାଏଁ ୩୬ ହଜାର ୨୯୭ଟି ନମୁନା ରିପୋର୍ଟ ପଜିଟିଭ ଆସିଛି। ମୋଟ ୨୩ ହଜାର ୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୦୭ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏବେ ୧୨ ହଜାର ୯୭୫ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe