ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୮ କରୋନା ପଜିଟିଭ ଚିହ୍ନଟ, ୨୫ ଜଣ ୧୮ ବର୍ଷରୁ କମ୍ ବର୍ଗର

Advertisment
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୮ କରୋନା ପଜିଟିଭ ଚିହ୍ନଟ, ୨୫ ଜଣ ୧୮ ବର୍ଷରୁ କମ୍ ବର୍ଗର

ABC7 New York

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୫୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୫ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଗଜପତି ଜିଲ୍ଲାରୁ ସର୍ବାଧିକ ୧୮ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି ୧୦୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୪ ଜଣ, ବାଲେଶ୍ୱର ଜିଲ୍ଲାରୁ ୭ଜଣ, ଭଦ୍ରକ ଜିଲ୍ଲାରୁ ୧ ଜଣ, ବରଗଡ଼ ଜିଲ୍ଲାରୁ ୨ ଜଣ, ବଲାଙ୍ଗୀରରୁ ୯ ଜଣ, କଟକରୁ ୨ ଜଣ, ଦେବଗଡ଼ରୁ ୧ ଜଣ, ଢେଙ୍କାନାଳରୁ ଜିଲ୍ଲାରୁ ୧ ଜଣ, ଗଜପତିରୁ ୧୮ ଜଣ, ଗଞ୍ଜାମ ଜିଲ୍ଲାରୁ ୩ ଜଣ, ଜଗତସିଂହପୁର ଜିଲ୍ଲାରୁ ୧ ଜଣ, ଯାଜପୁରରୁ ୪ ଜଣ, ଝାରସୁଗୁଡ଼ାରୁ ୩ ଜଣ, କଳାହାଣ୍ଡି ଜିଲ୍ଲାରୁ ୧ ଜଣ, କେନ୍ଦ୍ରାପଡ଼ାରୁ ୧ ଜଣ, ଖୋର୍ଦ୍ଧାରୁ ୧୬ ଜଣ, କୋରାପୁଟରୁ ୨ ଜଣ, ମୟୂରଭଞ୍ଜରୁ ୧୧ ଜଣ, ସମ୍ୱଲପୁରରୁ ୯ ଜଣ, ସୁନ୍ଦରଗଡ଼ରୁ ୧୨ ଜଣ ଓ ଷ୍ଟେଟ ପୁଲରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।


ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨, ୮୬, ୨୪୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨, ୭୫, ୯୮୦ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୧୧୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe