ଗରମ ପେଜ ପଡ଼ି ଶିଶୁକନ୍ୟା ଗୁରୁତର

ଗରମ ପେଜ ପଡ଼ି ଶିଶୁକନ୍ୟା ଗୁରୁତର

Times of India

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଆଖିଦାଦର ଗ୍ରାମରେ ଶନିବାର ଗରମ ପେଜ ପଡ଼ିଯିବାରୁ ଜଣେ ଶିଶୁକନ୍ୟା ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୂଚନାନୁସାରେ, ଶନିବାର ସନ୍ଧ୍ୟାରେ ଗ୍ରାମର ନିରାକାର ମେହେରଙ୍କ ଘରେ ରାତ୍ରି ଭୋଜନ ପାଇଁ ଭାତ ରନ୍ଧା ହେଉଥିଲା।

ଭାତ ଗାଳିବା ସମୟରେ ଅସାବଧାନତା ବଶତଃ ସେଠାରେ ଖେଳୁଥିବା ନିରାକାରଙ୍କ ଦେଢ଼ ବର୍ଷର ଝିଅ ଦେହରେ ଗରମ ପେଜ ପଡ଼ିଯାଇଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲା। ତୁରନ୍ତ ତାକୁ ବିନିକା ଡାକ୍ତରଖାନାକୁ ନିଆଯାଇ ଆଶୁ ଚିକିତ୍ସା କରାଯିବା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe