ଗାଡ଼ି ଡାଲାରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ବାନ୍ଧିନେବା ଘଟଣା: ମନ୍ଦିରରେ ଅଧିଆ ପଡ଼ି ଭୁଲ୍‌ ମାଗିଲେ ମାଲିକ, କର୍ମଚାରୀ

Advertisment

ପୃଥକ୍‌ ଥାନାରେ ଏତଲା ଦେ‌ଲା କଂଗ୍ରେସ

ପୃଥକ୍‌ ଥାନାରେ ଏତଲା ଦେ‌ଲା କଂଗ୍ରେସ

ଗାଡ଼ି ଡାଲାରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ବାନ୍ଧିନେବା ଘଟଣା: ମନ୍ଦିରରେ ଅଧିଆ ପଡ଼ି ଭୁଲ୍‌ ମାଗିଲେ ମାଲିକ, କର୍ମଚାରୀ

ଜଳେଶ୍ବର/ବସ୍ତା-୨ : ଟେଣ୍ଟ୍‌ ହାଉସ୍‌ ଗାଡ଼ି ପଛରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ବାନ୍ଧି ନେବା ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ପୃଥକ୍‌ ଥାନ‌ାରେ ଏତଲା ଦିଆଯାଇଥିବା ବେଳେ ସଂପୃକ୍ତ ଟେଣ୍ଟ୍‌ ହାଉସ୍‌ ମାଲିକ ଓ କର୍ମଚାରୀମାନେ ମନ୍ଦିରକୁ ଯାଇ ଶ୍ରୀଜଗନ୍ନାଥଠାରେ କ୍ଷମା ପ୍ରାର୍ଥନା କରିଛନ୍ତି। ବାଲେଶ୍ବର ଜିଲ୍ଲାରେ ‌ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା।

ନିକଟରେ ଗଣେଶ ପୂଜା ସରିଛି। ବାଲେଶ୍ବର ସହର ଫକୀରମୋହନ ଗୋଲେଇ ନିକଟରେ ରଥ ଆକୃତିର ଏକ ତୋରଣ ତିଆରି ହୋଇଥିଲା। ଏହାକୁ ଜଳେଶ୍ବର ଅଞ୍ଚଳର ଶିବଶକ୍ତି ଟେଣ୍ଟ ହାଉସ୍‌ ନିର୍ମାଣ କରିଥିଲା। ‌‌‌ସେଠାରେ ସୋଲରେ ପ୍ରସ୍ତୁତ ଶ୍ରୀଜଗନ୍ନାଥଙ୍କ ଏକ ମୂର୍ତ୍ତି ଲାଗିଥିଲା। ତେବେ, ପୂଜା ପରେ ତୋରଣରେ ବ୍ୟବହୃତ ବାଉଁଶ ଏବଂ ଅନ୍ୟ ଜିନିଷ ସହ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ଟେଣ୍ଟ ହାଉସ୍‌ କର୍ମଚାରୀ ଏକ ଗାଡ଼ିର ଡାଲାରେ ବାନ୍ଧି ଗତକାଲି ୬୦ ନମ୍ବର ଜାତୀୟ ରାଜପଥ‌ରେ ନେଉଥିଲେ। ଏହିସମୟର ଭୁବନେଶ୍ୱରରୁ ଜଳେଶ୍ବର ଅଭିମୁଖେ କାର୍‌ରେ ଯାଉଥିବା ଜଳେଶ୍ବର ସାମ୍ବାଦିକ ବିନୟ କୁମାର ପ୍ରଧାନ ଭିଡିଓ ଉତ୍ତୋଳନ ସହ ସଂପୃକ୍ତ‌ ଟେଣ୍ଟ ହାଉସ୍‌ କର୍ମଚାରୀଙ୍କୁ ତାଗିଦ୍‌ କରିଥିଲେ। ଗାଡ଼ି ଡାଲାରେ ଶ୍ରୀଜଗନ୍ନା‌ଥଙ୍କୁ ବାନ୍ଧି ‌ନେବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ବସ୍ତା କଂଗ୍ରେସ ଦଳର ଜିଲ୍ଲା ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଯେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ବସ୍ତା ଥାନା ଯାଇ ସଂପୃକ୍ତ ‌ଟେଣ୍ଟ ହାଉସ୍‌ ମାଲିକଙ୍କ ନାମରେ ଏତଲା ଦେଇଛନ୍ତି। ସେହିପରି ଜଳେଶ୍ବର କଂଗ୍ରେସ ମଧ୍ୟ କ୍ଷୋଭ ପ୍ରକାଶ କରିଛି। ରାଜୀବ ଲୋଚନ ପରିଡ଼ା ଓ ହେମନ୍ତ ଗିରିଙ୍କ ତତ୍ତ୍ବାବଧାନରେ ଦଳ ପକ୍ଷରୁ ଜଳେଶ୍ବର ଥାନାରେ ଏତଲା ଦିଆଯାଇଛି। ଅନ୍ୟପଟେ ନିଜ ଭୁଲ୍‌ ବୁଝିପାରି ଟେଣ୍ଟ୍‌ ହାଉସ୍‌ ମାଲିକ ଗୌତମ ପ୍ରଧାନ ଓ କର୍ମଚାରୀମାନେ ଜଳେଶ୍ବର ଇସ୍କନ ମନ୍ଦିରରେ ଦୀପ ଜାଳିଛନ୍ତି। କାଳିଆ ଠାକୁରଙ୍କ ପାଖରେ ଅଧିଆ ପଡ଼ି, କାନ ଧରି କ୍ଷମା ପ୍ରାର୍ଥନା କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe