ପୁରୀ : ଗତକାଲି ରଥଖଳାରେ ପଞ୍ଚ ମହାଦେବଙ୍କ ପନ୍ତିଭୋଗ ପରେ ଆଜି ଚକଡ଼େରା ଶେଷ ନୀତି ସମ୍ପନ୍ନ ହୋଇଛି। ତିନି ରଥର ୪୨ ଚକ ଓ ୨୧ ଅଖ ସଂଯୋଗ କରାଯାଇ ରଥଖଳାରେ ଠିଆ କରାଯାଇଛି। ମହାରଣା ସେବକ, ଭୋଇ ସେବକଙ୍କ ସହ ଅନ୍ୟ ସେବକମାନେ ମିଳିମିଶି ଏହି କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ଏହା ପରେ ରଥର ଉପରପାର୍ଶ୍ବ କାମ ଆରମ୍ଭ ହେବ। ଆଜି ଚକଗୁଡ଼ିକ ଗଡ଼ି ନଯିବା ପାଇଁ ଚକର ଦୁଇପାର୍ଶ୍ବରେ କାଠ ଦିଆଯାଇଛି। ମହାରଣା ସେବକମାନଙ୍କ ପରାମର୍ଶ କ୍ରମେ ତିନି ରଥର ଚକ-ଅଖ କେତେ ବ୍ୟବଧାନରେ ରହିବ, ସେ ନେଇ କ୍ଷେତ୍ର ପ୍ରସ୍ତୁତ କରାଯାଇଛି। ଏଥି ପାଇଁ ମାପଚୁପ ଆରମ୍ଭ ହୋଇଛି। ମାପଚୁପ ପରେ ପୁନର୍ବାର ରଥ ଚକ ଓ ଅଖକୁ ନିର୍ଦ୍ଦିଷ୍ଟ ବ୍ୟବଧାନରେ ରଖାଯାଇ ଏହା ଗଡ଼ିନଯିବା ପାଇଁ ଚକ ତଳେ ଖଣ୍ଡେ ଖଣ୍ଡେ କାଠ ଦିଆଯିବ। ଯାହାକୁ ମେଣ୍ଢି କୁହାଯାଏ। କାମ ସମୟରେ ଅଖ ଉପରେ ଚାପ ନ ପଡ଼ିବା ପାଇଁ ଏହି ମେଣ୍ଢି କାଠ ଦିଆଯାଇଥାଏ। ରଥର କଳସ ଉଠିବା ପରେ ଏହି ମେଣ୍ଢି କାଠକୁ ହଟାଯାଇଥାଏ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us