Image Courtesy of NDTV
ବେଲପଡ଼ା: ବେଲପଡ଼ା ବ୍ଲକ୍ ଭାଲୁଖାଇ ଗ୍ରାମରେ ଚାଲିଥିବା ଜୁଆଖେଳ ଉପରେ ରବିବାର ପୁଲିସ ଚଢ଼ଉ କରି ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବନମାଲ ଗ୍ରାମର ବିଦ୍ୟାଧର ସାହୁ (୩୪ବର୍ଷ), ବାଗଦୋରର ଗୁନିଆ ତାଣ୍ଡି (୪୦ବର୍ଷ), ମାଲପଡ଼ାର ଲଖିରାମ ଖୁରା (୩୨ବର୍ଷ), ବାଗଦୋରର ଖଗେଶ୍ବର ବାଗ (୧୭ବର୍ଷ), ସଲଣ୍ଡିର ଯୁଧିଷ୍ଠିର ଗହୀର (୩୩ ବର୍ଷ)। ଏହି ଗାଁରେ ବାହୁଡ଼ା ଯାତ୍ରା ସମୟରେ ଘୁଡ଼ଘୁଡ଼ୁ ପଟି ଖେଳ ଚାଲିଥିଲା।
ସନ୍ଧ୍ୟା ପ୍ରାୟ ୭ଟାରେ ବେଲପଡ଼ା ଥାନା ଏସ୍ଆଇ ବି. କେ. ବେହେରା ଚଢ଼ଉ କରି ଉକ୍ତ ୫ ଜଣଙ୍କୁ କାବୁ କରିଥିଲେ। ସେମାନଙ୍କ ଠାରୁ ୧୨୨୪୦ ଟଙ୍କା, ୫ଟି ମୋବାଇଲ ଓ ଦୁଇଟି ବାଇକ ଜବତ କରିଥିଲେ। ଗିରଫମାନଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି।
Follow Us