ଟ୍ରକ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ

ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

123rf.com

ନୂଆପଡ଼ା: ନୂଆପଡ଼ା ସଦର ଥାନା ଅନ୍ତର୍ଗତ ସିଲଧା ଗାଁରେ ଆଜି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ସାନ ଭାଇକୁ ଜଳଖିଆ ଦେଇ ଘରକୁ ଫେରୁଥିବା ବେଳେ ଟ୍ରକ୍‌ ଧକ୍କାରେ ବଡ଼ ଭାଇର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ସିଲଧା ଗାଁର ତୋଷରାମ ପାଣ୍ଡେ (୨୯)। ଏହାକୁ ନେଇ ଗାଁରେ ଶୋକରଛାୟା ଖେଳିଯାଇଛି।

ସୂଚନାମତେ, କୁଲିଆବନ୍ଧା ‌ପ୍ୟାକ୍ସରେ ଡାଟା ଏଣ୍ଟ୍ରି ଅପରେଟର ଭାବେ ସିଲଧା ଗ୍ରାମର ତୋଷରାମ ପାଣ୍ଡେ କାମ କରନ୍ତି। ସେହିପରି ତାଙ୍କ ସାନ ଭାଇ ପରମାନନ୍ଦ ପାଣ୍ଡେ ସିଲଧା ଏଫ୍‌ସିଆଇ ଗୋଦାମରେ କାମ କରନ୍ତି। ଆଜି ସକାଳେ ତୋଷରାମ ସାନ ଭାଇ ପରମାନନ୍ଦଙ୍କୁ ଜଳଖିଆ ଦେଇ ବାଇକ୍‌ରେ ଫେରୁଥିବା ବେଳେ ଏଫ୍‌ସିଆଇ ଗୋଦାମ ନିକଟରେ ଏକ ଟ୍ରକ୍ (ଓଡି ୨୬ଡି-୩୯୬୩) ତାଙ୍କୁ ଧକ୍କା ଦେଇଥିଲା। ତୁରନ୍ତ ଗୁରୁତର ଅବସ୍ଥାରେ ତୋଷରାମଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଟ୍ରକ୍‌କୁ ଜବତ କରିବା ସହ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ନୂଆପଡ଼ା ଥାନା ଏସ୍‌ଆଇ ଚରଣ ସିଂ ମାଝୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe