ଦମକଳ ଗାଡ଼ି ପାଇଁ ନୂଆ ବ୍ୟବସ୍ଥା: କଟକ, ଖୋର୍ଦ୍ଧାରେ ଲାଗୁହେବ ପୋଷ୍ଟ୍‌ପେଡ୍‌ ଫୁଏଲ୍‌ କାର୍ଡ

Advertisment

New arrangements for fire service vehicles

New arrangements for fire service vehicles

ଦମକଳ ଗାଡ଼ି ପାଇଁ ନୂଆ ବ୍ୟବସ୍ଥା: କଟକ, ଖୋର୍ଦ୍ଧାରେ ଲାଗୁହେବ ପୋଷ୍ଟ୍‌ପେଡ୍‌ ଫୁଏଲ୍‌ କାର୍ଡ

Twitter

କଟକ : ଅଗ୍ନିଶମ ବିଭାଗ ପାଇଁ ବ୍ୟବହାର‌ ହେଉଥିବା ଗାଡ଼ି ଓ ଏଥିପାଇଁ କିଣା ଯାଉଥିବା ଇନ୍ଧନ‌ରେ ସ୍ବଚ୍ଛତା ଆଣିବା ପାଇଁ ୫-ଟି ଅଧୀନରେ ରାଜ୍ୟ ଅଗ୍ନିଶମ ବିଭାଗ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ଏଥିପାଇଁ ପାଇଲଟ୍‌ ଜିଲ୍ଲା ଭାବେ ନିଆଯାଇଛି। ଦୁଇ ଜିଲ୍ଲା‌ରେ ବ୍ୟବହାର ହେଉଥିବା ଅଗ୍ନିଶମ ବିଭାଗ ଗାଡ଼ି ପାଇଁ ଏମ୍‌.ଭି ଫ୍ଲିଟ୍ କାର୍ଡ ବା ପୋଷ୍ଟ ପେଡ୍ ଫୁଏଲ୍‌ କାର୍ଡ ବ୍ୟବହାରକୁ ଅନୁମତି ମିଳିଛି। ଦୁଇ ଜିଲ୍ଲାରେ ଏହା ସଫଳ ହେଲେ ଅନ୍ୟ ଜିଲ୍ଲାରେ ଏହାକୁ ଲାଗୁ କରିଯିବ ବୋଲି ଜଣାପଡିଛି। ଆଜି କଟକସ୍ଥିତ ଅଗ୍ନିଶମ ନିର୍ଦ୍ଦେଶାଳୟରେ ରାଜ୍ୟ ଅଗ୍ନିଶମ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଓ ଆଇଓସିଏଲ୍‌ର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଅଗ୍ନିଶମ ଡିଜି ଶ୍ରୀ ଉପାଧ୍ୟାୟଙ୍କ ସମେତ ଚିଫ୍ ଫାୟାର୍‌ ଅଫିସର୍‌ ଡି.କେ. ସ୍ବାଇଁ, ଫାୟାର୍‌ ଅଫିସର୍‌-କଟକ ବି.କେ ପଣ୍ଡା, ସିଜିଏମ ଆଇଓସିଏଲ୍ ଡି.ପି ଶତପଥୀ, ଡିଜିଏମ୍ ବି.କେ. ପଣ୍ଡା ପ୍ରମୁଖ ଆଜିର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଆଇଓସିଏଲ୍‌ ସହଯୋଗ କରିବ। ଏଥିସହିତ ଅଗ୍ନିଶମ ବିଭାଗ ଗାଡ଼ି ଚାଳକଙ୍କ ପାଇଁ ୫ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରାଯିବ। ଅଗ୍ନି ନିରାପତ୍ତା ଦିଗକୁ ମଧ୍ୟ ଧ୍ୟାନ ଦିଆଯାଇଛି। ଅଗ୍ନିଶମ ଡିଜି ଏ ନେଇ ବିଭିନ୍ନ ଷ୍ଟେକ୍‌ହୋଲଡର୍‌ମାନଙ୍କ ସହିତ ଆଲୋଚନା କରିଥିଲେ। ଏଥିସହିତ ଇଆର୍‌ଏସ୍‌( ଇଫେକଟିଭ୍ ରେସପନ୍‌ସ ସିଷ୍ଟମ୍‌) ଲାଗୁ କରିବା, ନିରାପଦ ଯୋଗାଯୋଗ ମାଧ୍ୟମ, ତୁରନ୍ତ ଖାଲି କରିବା, ସ୍ବତନ୍ତ୍ର ଭାବେ ରେସପନ୍‌ସ ଫୋର୍ସ ମୁତୟନ କରିବା, ବିଭିନ୍ନ ଏଜେନ୍ସି ସହିତ ସମନ୍ବୟ ରକ୍ଷା ପ୍ରଭୃତି ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe