ଦମ୍ପତିଙ୍କ ଆତ୍ମହତ୍ୟା, ବନ୍ଦ ଘରୁ ମୃତଦେହ ଉଦ୍ଧାର

Advertisment
ଦମ୍ପତିଙ୍କ ଆତ୍ମହତ୍ୟା, ବନ୍ଦ ଘରୁ ମୃତଦେହ ଉଦ୍ଧାର

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଟାଙ୍ଗୀ ଗ୍ରାମର ବାଳୁଙ୍ଗାଡିହ ପାଟଣାରେ ଏକ ବନ୍ଦଘରୁ ଜଣେ ବ୍ୟବସାୟୀ ଓ ତାଙ୍କ ପତ୍ନୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୌଣସି କାରଣରୁ ଦୁହେଁ ଆତ୍ମହତ୍ୟା କରିଦେଇଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।

ମୃତକ ହେ‌ଲେ, ଦୁର୍ଗା ଚରଣ ପୃଷ୍ଟି (୫୦) ଓ ପତ୍ନୀ ମାମିନା ପୃଷ୍ଟି(୪୨)। ପତିପତ୍ନୀ ପାମ୍ପଡ଼ ବ୍ୟବସାୟ ସହ ରାସନ ଦୋକାନ କରି ଜୀବିକାନିର୍ବାହ କରୁଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ତାଙ୍କ ବ୍ୟବସାୟ ମଧ୍ୟ ଭଲ ହେଉଥିବା। ଏହାସତ୍ତ୍ବେ ବି ଦୁହେଁ କାହିଁକି ଆତ୍ମହତ୍ୟା କଲେ, ଜଣାପଡ଼ିନି।

ସୂଚନା ଅନୁସାରେ, ମୃତ ଦମ୍ପତିଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି। ଦୁଇଦିନ ହେଲା ପରିବାରର ଅନ୍ୟମାନେ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିବାବେଳେ ଦମ୍ପତି କେବଳ ଘରେ ଥିଲେ। ଆଜି ସକାଳେ ପରିବାରର ଅନ୍ୟ ସଦସ୍ୟମାନେ ଆସି ପହଞ୍ଚିବାବେଳକୁ ସେମାନଙ୍କ ମୃତଦେହ ମିଳିଥିଲା।
ପୁଲିସ ଅଧିକ ଅନୁସନ୍ଧାନ ଜାରି ରଖିଥିବାବେଳେ ଘଟଣାସ୍ଥଳକୁ ଫରେନ୍ସିକ୍‌ ଟିମ୍ ଆସି ତଦନ୍ତ କରିବେ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe