ଦଶପଲ୍ଲା : ଘରେ ପଶି କଲେଜ ଛାତ୍ରୀଙ୍କୁ ହତ୍ୟା

ସାପ କାମୁଡ଼ାରେ ୪ ବର୍ଷର ଶିଶୁକନ୍ୟାର ମୃତ୍ୟୁ

image source--sisat

ଦଶପଲ୍ଲା : ଶନିବାର ବିଳମ୍ବିତ ରାତିରେ ଘରେ ପଶି ଜଣେ କଲେଜ ଛାତ୍ରୀଙ୍କୁ ହତ୍ୟା କରାଯାଇଛି। ହତ୍ୟାକାଣ୍ତର କାରଣ ଅସ୍ପଷ୍ଟ ଥିବା ବେଳେ କିଏ ଓ କାହିଁକି ଏଭଳି ହତ୍ୟାକାଣ୍ତ ଭିଆଇଲା ତାକୁ ନେଇ ସାଇଣ୍ଟିଫିକ୍ ଟିମ୍ ସହ ଥାନା ଅଧିକାରୀ ଏବଂ ଜିଲ୍ଲା ପୁଲିସ ଘଟଣାର ତନାଘନା ଆରମ୍ଭ କରିଛି। ଏଭଳି ହତ୍ୟାର ଶିକାର ହୋଇଛନ୍ତି ଦଶପଲ୍ଲା ଥାନା ଅନ୍ତର୍ଗତ ସ୍ଥାନୀୟ ଦେଉଳ ମାଳିସାହି ଗ୍ରାମର ବିରଞ୍ଚି ନାରାୟଣ ଦାସଙ୍କ ଝିଅ ନବନୀତା ଦାସ (୧୮)। ନବନୀତା ଯୁକ୍ତ ୩ ଦ୍ବିତୀୟ ବର୍ଷରେ ଅଧ୍ୟୟନ କରୁଥିବା ବେଳେ ଏଭଳି ହତ୍ୟାକାଣ୍ତକୁ ନେଇ ଗାଁ’ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଏପଟେ କିନ୍ତୁ ବିରଞ୍ଚିଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପତ୍ନୀଙ୍କ ମୃତ୍ୟ ହୋଇଥିବାରୁ ସେ ବାହାରେ ରହୁଥିଲେ। କିନ୍ତୁ ଗତକାଲି ଝିଅ ନବନୀତାଙ୍କ ସମେତ ତାଙ୍କ ବାପା ବଂଶୀଧର ଓ ପୁଅ ଘରେ ଶୋଇଥିଲେ। ରାତି ପ୍ରାୟ ୨ଟା ସମୟରେ ଫ୍ୟାନ୍‌ ଶବ୍ଦ ଶୁଣି ବଂଶୀଧର ଉଠି ପଡ଼ିଥିଲେ। ଏହି ସମୟରେ ନବନୀତାଙ୍କ ମୁଣ୍ତ ଫାଟି ରକ୍ତ ସ୍ରାବ ହେବା ସହ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଡାକ ଶୁଣି ପଡ଼ୋଶୀ ଘରେ ରହୁଥିବା ବିରଞ୍ଚିଙ୍କ ବଡ଼ଭାଇ ସୁରେନ୍ଦ୍ର ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଡକାଇଥିଲେ। ପ୍ରଥମେ ତାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ଥିବାରୁ ନୟାଗଡ଼ ସ୍ଥାନାନ୍ତର କରାଯାଇଥିଲା। ନୟାଗଡ଼ରେ ପହଞ୍ଚିବା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରିବା ସହ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରୁଥିବା ଜଣାପଡ଼ିଛି। ନବନୀତାଙ୍କ ମୁଣ୍ତ ପଛ ପାଖରେ ଗଭୀର ଆଘାତ ଲାଗିଥିବା ବେଳେ ମୁହଁରେ ବିଭିନ୍ନ ଆଘାତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ଅପରାହ୍ଣରେ ସାଇଣ୍ଟିଫିକ୍ ଟିମ୍ ସମେତ ଥାନା ଅଧିକାରୀ ବିଶ୍ବଜିତ ରାଉତରାୟ ଓ ଏସ୍‌ଡିପିଓ ନିରଞ୍ଜନ ପାଢ଼ୀ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe