ଦୁର୍ଘଟଣାରେ ଦୁଇ ମୃତ

ବିଷ ପିଇ ବୃଦ୍ଧଙ୍କ ଆତ୍ମହତ୍ୟା

sisat

ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପୋଇପାଣି ଗ୍ରାମର ବାଲିସାହି ନିକଟରେ ଗତକାଲି ରାତିରେ ଏକ ୪୦୭ ମିନିଟ୍ରକ ଦୁଇ ଜଣଙ୍କୁ ଧକ୍କା ଦେଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ପୋଇପାଣି ଗ୍ରାମର ବାଙ୍କି ନାଏକ (୬୦) ନାମ୍ନୀ ଜଣେ ବୃଦ୍ଧାଙ୍କ ଦୁଇଟି ଗୋଡ଼ ଭାଙ୍ଗିଯିବା ସହ ମୁଣ୍ଡରେ ଏବଂ  ଡମ୍ବରୁଧର ନାଏକ (୫୦) ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ସେଠାରେ ବୃଦ୍ଧା  ବାଙ୍କିଙ୍କର ମୃତ୍ୟୁ ଘଟିଥିବା ବେଳେ ବିଳମ୍ବିତ ରାତି ପାଖାପାଖି ଗୋଟାଏ ବେଳେ ଡମ୍ବରୁଧରଙ୍କର ଚିକିତ୍ସାଧୀନ ଅବସ୍ଥାରେ  ମୃତ୍ୟୁ ଘଟିଛି। ଅନ୍ୟ ପକ୍ଷରେ ଦୁର୍ଘଟଣା ଘଟାଇଥିବା ଗାଡିକୁ ପୁଲିସ ଜବତ କରି ଘଟଣାର ତଦନ୍ତ କରୁଛି।  ଶବ ବ୍ୟବଚ୍ଛେଦ ପରେ ଆଜି ମୃତକଙ୍କ ପରିବାରବର୍ଗଙ୍କୁ ମୃତଦେହକୁ ହସ୍ତାନ୍ତର କରାଯାଇଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe