ଦେବଗଡ଼ରେ ସଂସ୍କୃତ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ବିଧାୟକଙ୍କ ଦାବି

Advertisment
ଦେବଗଡ଼ରେ ସଂସ୍କୃତ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ବିଧାୟକଙ୍କ ଦାବି

ଦେବଗଡ଼/ରିଆମାଳ: ଦେବଗଡ଼ରେ ଏକ ସଂସ୍କୃତ ବିଶ୍ବବିଦ୍ୟାଳୟ ସ୍ଥାପନ କରିବା ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଦାବି କରିଛନ୍ତି। ରବିବାର ନୂଆପଡ଼ାସ୍ଥିତ ସ୍ବାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟର ରଜତ ଜୟନ୍ତୀ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ସଭାରେ ମୁଖ୍ୟ ଅତିଥି ଥିବା କେନ୍ଦ୍ର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରେ ଦାବି କରିଥିଲେ। ଏହା ସହ ଦେବଗଡ଼ ଜିଲ୍ଲାର ପର୍ଯ୍ୟଟନସ୍ଥଳୀର ବିକାଶ କରିବା ସହିତ ଇକୋଟୁରିଜିମ୍ କରିବା ପାଇଁ ଦାବି କରିଥିଲେ। ତାଳଚେର- ବିମଳାଗଡ଼ ରେଳପଥର କାର୍ଯ୍ୟ ତୁରନ୍ତ ସମାପ୍ତ କରିବା ସହିତ ପ୍ରସ୍ତାବିତ ଝାରସୁଗୁଡ଼ା-ଦେବଗଡ଼ ଦେଇ ଧାମରା ରେଳ ପ୍ରକଳ୍ପର ସର୍ଭେ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ବିଧାୟକ ପାଣ୍ଠିରୁ କଲେଜର ଉନ୍ନତି ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଏ ଅବସରରେ ମହାବିଦ୍ୟାଳୟର ବାର୍ଷିକ ସ୍ମରଣିକା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବେଦାଧ୍ୟାପକ ତନୋଜ ମହାପାତ୍ର ବେଦପାଠ କରିଥିବା ବେଳ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଅଭୟ ସାହୁ, ବୁଦ୍ଧଦେବ ପ୍ରଧାନ, ଡ. ଉମାକାନ୍ତ ସାହୁ, ଯଦୁମଣି ସାହୁ, ସତୀଶ ମହାପାତ୍ର, ମାନସ ରଞ୍ଜନ ମହାପାତ୍ର, ରଘୁନାଥ ରାଉତ, ସନ୍ତୋଷ ରାଉଳ, ଶୁଭକାନ୍ତ ପାତ୍ର, ଲକ୍ଷ୍ମୀପ୍ରିୟା ସାହୁ, ମୁକ୍ତାଞ୍ଜଳି ନନ୍ଦ, ସୁରେଶ ସାହୁ, ସତ୍ୟ ସାଗର ସାହୁ, ବିଦ୍ୟାଧର ସାହୁ, ହିମାଦ୍ରିତା ଦେହୁରୀଙ୍କ ସମେତ ମହାବିଦ୍ୟାଳୟର ଅଣଶିକ୍ଷକ କର୍ମଚାରୀ ତ୍ରିପୁରା ମୋହନ ମାଝୀ, ଇନ୍ଦ୍ରମଣି ମାଝୀ, ନରୋତ୍ତମ ସାହୁ, ମନୋଜ ସାହୁ, ପିପନ ସେଠୀ, ଅଜିତ ପାତ୍ର, ଶରତ ବେହେରା, ଅର୍ଜୁନ ସାହୁ, ପ୍ରମୋଦ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଜୟନ୍ତୀ ମହୋତ୍ସବ ଉପଲକ୍ଷେ ଶ୍ରୀରାମେଶ୍ବର ମହାପ୍ରଭୁଙ୍କଠାରେ ରୁଦ୍ରାଭିଷେକ, ସଂସ୍କୃତ ବସ୍ତୁ ପ୍ରଦର୍ଶନୀ, ସଂସ୍କୃତ ପାଲା, ନାନାଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ପୁରାତନ ଛାତ୍ର ସଂସଦର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe