ଦେବନାରାୟଣ ମୃତ୍ୟୁ ମାମଲା : ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ 

Advertisment

ତଦଦନ୍ତକୁ ନେଇ ବନଜାଙ୍କ ଅସନ୍ତୋଷ

ତଦଦନ୍ତକୁ ନେଇ ବନଜାଙ୍କ ଅସନ୍ତୋଷ

ଦେବ ନାରାୟଣ ମୃତ୍ୟୁ ଘଟଣା: ପୁଲିସ ବିରୋଧରେ ମାମଲା ଚାଲିବ

Odisha Bytes

ମାଲକାନଗିରି : ବହୁଚର୍ଚ୍ଚିତ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। ପୁଲିସ ଡିଜି ଅଭୟଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ମାଲକାନଗିରି ପହଞ୍ଚିଛି। ଡିଏସ୍‌ପି ପାହ୍ୟାର ଜଣେ ଅଧିକାରୀ ଏହି ଟିମ୍‌ର ନେତୃତ୍ବ ନେଉଛନ୍ତି। ଆଜି ପ୍ରଥମଦିନରେ ଏହି ଟିମ୍ ଦେବନାରାୟଣଙ୍କ ଘରେ ପହଞ୍ଚି ପତ୍ନୀ ବନଜାଙ୍କ ବୟାନ ରେକର୍ଡ କରିଛନ୍ତି।  ଦୀର୍ଘ ସମୟ ଧରି ଏହି ପଚରାଉଚୁରା ଚାଲିଥିବାବେଳେ ପୁଣି ମୂଳରୁ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ତେବେ, କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଆରମ୍ଭରୁ ସନ୍ଦେହ ପ୍ରକାଶ କରିଛନ୍ତି ବନଜା। ଗଣମାଧ୍ୟମ ନିକଟରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ,  ପୂର୍ବରୁ ମାଲକାନଗିରି ପୁଲିସ ଏହି ଘଟଣାର ତଦନ୍ତ କରୁଥିଲା। ସେହି ସମୟରେ ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀ ତଦନ୍ତ କରିଥିଲେ। ଏବେ ପୁଣି ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କ ଦ୍ବାରା କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ମନୀଷ ଅଗ୍ରୱାଲ ଜଣେ ଆଇଏଏସ୍ ଅଧିକାରୀ। ସେହିପରି ପୁଲିସର ଭୂମିକା ଆରମ୍ଭରୁ ସନ୍ଦେହଜନକ ରହିଥିବାରୁ ସେ ୱାନ୍ ସିସି ମକଦ୍ଦମା ମାଲକାନଗିରି ଏସପି ଋଷିକେଶ ଖିଲାରୀଙ୍କ ବିରୋଧରେ କରିଥିଲେ। ଏସ୍‌ପି ମଧ୍ୟ ଜଣେ ଆଇପିଏସ୍ ଅଧିକାରୀ। ଜଣେ ଆଇଏଏସ୍ ଏବଂ ଆଇପିଏସ୍‌ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚର ଡିଏସ୍‌ପି ପାହ୍ୟାର ଅଧିକାରୀ କେମିତି ନିରପେକ୍ଷ ଭାବେ ଜେରା କରିପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଜଣେ ଡିଆଇଜି ପାହ୍ୟାର ଅଧିକାରୀ ଘଟଣାର ତଦନ୍ତ କରନ୍ତୁ କିମ୍ବା ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ସେ ଦାବି କରିଛନ୍ତି। ଏଥିସହିତ,  ତାଙ୍କ ସ୍ବାମୀ ଆଦୌ ଆତ୍ମହତ୍ୟା କରିନାହାନ୍ତି। ବରଂ, ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ପୁଲିସ୍‌ ଉଦ୍ୟମ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe