ଧଳତଙ୍ଗଗଡ଼ ଜଙ୍ଗଲର ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନିଆଯିବ: ରମାକାନ୍ତ

Advertisment

ଜଗତସିଂହପୁର ଜିଲ୍ଲାର ସବୁଠାରୁ ବଡ଼ ଜଙ୍ଗଲ ହେଉଛି ଧଳତଙ୍ଗଗଡ଼। ହଂସୁଆ ନଦୀକୂଳରେ ଥିବା ଏହି ଜଙ୍ଗଲ ଜୈବ ବିବିଧତାକୁ ରକ୍ଷା କରୁଛି। ତେଣୁ ଧଳତଙ୍ଗଗଡ଼ ଜଙ୍ଗଲର ସୁରକ୍ଷା ଅପରିହାର୍ଯ୍ୟ ହୋଇପଡ଼ିଛି।

ଜଗତସିଂହପୁର ଜିଲ୍ଲାର ସବୁଠାରୁ ବଡ଼ ଜଙ୍ଗଲ ହେଉଛି ଧଳତଙ୍ଗଗଡ଼। ହଂସୁଆ ନଦୀକୂଳରେ ଥିବା ଏହି ଜଙ୍ଗଲ ଜୈବ ବିବିଧତାକୁ ରକ୍ଷା କରୁଛି। ତେଣୁ ଧଳତଙ୍ଗଗଡ଼ ଜଙ୍ଗଲର ସୁରକ୍ଷା ଅପରିହାର୍ଯ୍ୟ ହୋଇପଡ଼ିଛି।

ddgdgda

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ସବୁଠାରୁ ବଡ଼ ଜଙ୍ଗଲ ହେଉଛି ଧଳତଙ୍ଗଗଡ଼। ହଂସୁଆ ନଦୀକୂଳରେ ଥିବା ଏହି ଜଙ୍ଗଲ ଜୈବ ବିବିଧତାକୁ ରକ୍ଷା କରୁଛି। ତେଣୁ ଧଳତଙ୍ଗଗଡ଼ ଜଙ୍ଗଲର ସୁରକ୍ଷା ଅପରିହାର୍ଯ୍ୟ ହୋଇପଡ଼ିଛି। ଏହାକୁ ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ପରିଣତ ପାଇଁ ଉଦ୍ୟମ କରାଯାଉଛି। ଏହା ଭିତରେ ସ୍ବତନ୍ତ୍ର ଭାବେ ହରିଣ ପାର୍କ ତିଆରି ପାଇଁ  ପ୍ରସ୍ତାବ ରହିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ ହୋଇଛି। ବିଧାନସଭାରେ ମଧ୍ୟ ଦୃଢ଼ ଦାବି କରାଯିବା ସହ ଖୁବ୍‌ଶୀଘ୍ର ସେ ନିଜେ ଏହାର ସମୀକ୍ଷା କରିବେ ବୋଲି କହିଛନ୍ତି ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ।

ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭୂତିକ୍ଷେତ୍ର ଗୋରଖନାଥ ପୀଠରେ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଶ୍ରୀ ଭୋଇ କହିଥିଲେ ଯେ ହଂସୁଆ ନଦୀର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ସେ ନିଜେ ବାରମ୍ବାର ସରକାରଙ୍କ ନିକଟରେ ଦାବି କରିଛନ୍ତି। ବିଧାନସଭାରେ ମଧ୍ୟ ଏ ସମ୍ପର୍କରେ ଦାବି ଉପସ୍ଥାପନ କରିଥିଲେ। ୨୦୨୪ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିରିଡ଼ି ବ୍ଲକ୍‌ ଯଶୋବନ୍ତ ପୀଠରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମଧ୍ୟ ହଂସୁଆ ପୁନରୁଦ୍ଧାର ପ୍ରସଙ୍ଗ ଉଠିଥିଲା। 

ବିଧାୟକ କହିଛନ୍ତି ସରକାର ହଂସୁଆ ନଦୀର ପୁନରୁଦ୍ଧାର ପାଇଁ ୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ବର୍ଷାଦିନ ପରେ କାମ ଆରମ୍ଭ ହେବ। ସେହିପରି ନଦୀର ବିଭିନ୍ନ ସ୍ଥାନରେ ୪/୫ ଫୁଟ ଉଚ୍ଚର ଚେକ୍‌ଡ୍ୟାମ୍ କରିବା ପାଇଁ ବ୍ୟବସ୍ଥା ହେଉଛି। ସେଥିରେ ପାଣି ଗଚ୍ଛିତ ହୋଇ ରହିପାରିବ। ଶାରଳାରୋଡ଼୍ ରେଳ ଷ୍ଟେସନ ଠାରୁ ଶାରଳା ମନ୍ଦିର ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ପାଇଁ ଉଭୟ ପାର୍ଶ୍ବରେ ବ୍ୟାପକ ଗଛ କଟା ହୋଇଛି।  ଫଳରେ ସେହି ରାସ୍ତା ବୃକ୍ଷଶୂନ୍ୟ ହୋଇଯାଇଛି।

ବୃକ୍ଷରୋପଣ ପାଇଁ ସଭାରେ ପରିବେଶବିତ୍‌ ରମେଶ ଚନ୍ଦ୍ର କର ଦାବି ଉଠାଇଥିଲେ। ବିଧାୟକ ଶ୍ରୀ ଭୋଇ ପ୍ରତିକ୍ରିୟା ରଖି କହିଥିଲେ ତୁରନ୍ତ ବୃକ୍ଷରୋପଣ ପାଇଁ ସମସ୍ତ ପ୍ରକ୍ରିୟା କରାଯିବ। ପରିବେଶ ସୁରକ୍ଷା ପାଇଁ ବିଧାୟକ ସମସ୍ତଙ୍କ ସହଯୋଗ ଲୋଡ଼ିବା ସହ ‘ସମ୍ବାଦ’ର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଶିକ୍ଷାବିତ୍‌ ବାସବ କୁମାର ନନ୍ଦ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ଶୁଭକାନ୍ତ ପଢ଼ିହାରୀ ପ୍ରାରମ୍ଭିକ ସୂଚନା ଦେଇଥିଲେ। ବାସୁଦେବ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe