ନମକଣା ହତ୍ୟାକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

Advertisment
ନମକଣା ହତ୍ୟାକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଭଣ୍ଡାରିପୋଖରୀ/ଭଣ୍ଡାରିପୋଖରୀ-୧: ଭଣ୍ଡାରିପୋଖରୀ ଥାନା ବନ୍ଦାଳୋ-ମଢ଼ିଆଳି ପଞ୍ଚାୟତର ନାମକଣା ଗ୍ରାମର ପୀତାମ୍ବର ଜେନା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଦାଶିବ ଯେନାକୁ ପୁଲିସ ଗିରଫ କରିଛି। ଦୀର୍ଘ ଦେଢ ମାସ ଧରି ପୁଲିସ ଆଖିରେ ଧୂଳି ଦେଇ ଫେରାର ଥିବା ଅଭିଯୁକ୍ତ ସଦାଶିବକୁ ଭଣ୍ଡାରିପୋଖରୀ ସବଇନିସପେକ୍ଟର ଶୁଭେନ୍ଦୁ ମହାନ୍ତିିଙ୍କ ନେତୃତ୍ୱରେ ପୁଲିସ ଦଳ ଗତ ଗୁରୁବାର କାମାକ୍ଷାନଗର ଅଞ୍ଚଳରୁ ଗିରଫ କରିଛି। ଥାନାଧିକାରୀ ଅମିତାଭ ଦାଶଙ୍କ ଦ୍ୱାରା ସଂଗୃହୀତ ଗୁଇନ୍ଦା ତଥ୍ୟ ଓ ମୋବାଇଲ ଟ୍ରାକ ସୂଚନାକୁ ଅାଧାର କରି ପୁଲିସ ଦଳ ଅଭିଯୁକ୍ତ ସଦାଶିବକୁ ଗିରଫ କରିଥିଲା। ଗିରଫ ସମୟରେ ସଦାଶିବ ନିକଟରୁ ଏକ କତା ଓ କାତି ଜବତ କରାଯାଇଛି। ହତ୍ୟାକାଣ୍ଡରେ ସଂପୃକ୍ତି ଥିଲା ବୋଲି ଜେରା ସମୟରେ ପୁଲିସ ନିକଟରେ ସଦାଶିବ ସ୍ବୀକାର କରିଛି। ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ଶ୍ରୀଧର ଯେନା, ଭରତ ଯେନା ଓ ଶତ୍ରୁଘ୍ନ ଯେନା ଖୁବ୍‌ଶୀଘ୍ର ଧରାପଡିବେ ବୋଲି ଥାନାଧିକାରୀ ଶ୍ରୀ ଦାଶ ପ୍ରକାଶ କରିଛନ୍ତି। ସଦାଶିବକୁ ଆଜି କୋର୍ଟ ଚାଲାଣ କରାଯାଇଛି।

ପ୍ରକାଶ ଯୋଗ୍ୟ ଯେ ମଞ୍ଜୁରୀରୋଡ ଫାଣ୍ଡି ବନ୍ଦାଳୋ-ମଢିଅାଳି ପଞ୍ଚାୟତର ନାମକଣା ଗ୍ରାମର ପୀତାମ୍ବର ଯେନାଙ୍କୁ ଅପ୍ରେଲ ୨୪ ତାରିଖ ରାତିରେ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲା। ମୃତ ପୀତାମ୍ବର ସାଥୀ ଗ୍ରାମବାସୀଙ୍କ ସହ ମଞ୍ଜୁରୀରୋଡ ବଜାରରୁ ସନ୍ଧ୍ୟା ସମୟରେ ନୂଅାଗଁା ମାଇନର କେନାଲ ରାସ୍ତାରେ ଘରକୁ ଫେରୁଥିବା ବେଳେ କେତେକ ବ୍ୟକ୍ତି ମାରଣାସ୍ତ୍ରରେ ପୀତାମ୍ବର ଉପରେ ଅାକ୍ରମଣ କରିଥିଲେ। କୌଶଳ କ୍ରମେ ସାଥୀରେ ଯାଉଥିବା ବ୍ୟକ୍ତି ପଳାଇ ଯାଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲା। ପରିବାର ଲୋକେ ଖୋଜଖୋଜି କରି ପୁଲିସ ସହାୟତାରେ ପୀତାମ୍ବରକୁ କେନାଲ ବନ୍ଧ ତଳୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଭଣ୍ଡାରିପୋଖରୀ ମେଡିକାଲରେ ଚିକିତ୍ସା କରିଥିଲେ। ପରେ କଟକ ନିଅାଯାଉଥିବା ବେଳେ ଜାରକା ନିକଟରେ ମୃତ୍ୟୁ ହୋଇଥିଲା। ପୀତାମ୍ବରଙ୍କ ପୁଅ ଗଣେଶ ଯେନାର ଅଭିଯୋଗ କ୍ରମେ ଥାନାରେ ୧୪୬/୨୨ନଂ ମାମଲା ରୁଜୁ ହୋଇ ତିନି ଭାଇ ଭରତ ଯେନା, ଶତ୍ରୁଘ୍ନ ଯେନା, ସଦାଶିବ ଯେନା ଓ ପିତା ଶ୍ରୀଧର ଯେନା ନାମରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତମାନଙ୍କ ମଧ୍ୟରୁ ସଦାଶିବ ଧରାପଡିଥିବା ବେଳେ ଅନ୍ୟ ତିନିଜଣ ଫେରାର ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe