ନିଷ୍ଟ୍‌ରେ ରାଗିଂ: ଛାତ୍ରଙ୍କୁ ମାଡ଼, ହତ୍ୟା ଧମକ

Advertisment
ନିଷ୍ଟ୍‌ରେ ରାଗିଂ: ଛାତ୍ରଙ୍କୁ ମାଡ଼, ହତ୍ୟା ଧମକ

shiksha.com

ଗୋଳନ୍ଥରା : ଗୋଳନ୍ଥରା ଥାନା ଅନ୍ତର୍ଗତ ନିଷ୍ଟ୍‌ ଶିକ୍ଷାନୁଷ୍ଠାନରେ ରୢାଗିଂ ଅଭିଯୋଗ ହୋଇଛି। ଜଣେ ଜୁନିୟର୍‌ ଛାତ୍ରଙ୍କୁ ମାଡ଼ ମାରି ହତ୍ୟା ଧମକ ଦେବାନେଇ ସିନିୟର୍‌ ଛାତ୍ରଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି। ଏହି ଅଭିଯୋଗ କ୍ରମେ ଗୋଳନ୍ଥରା ଥାନା ପୁଲିସ କେସ୍ ନମ୍ବର ୯୭/୨୨ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସୂଚନା ଅନୁସାରେ ଗତ ୧୨ତାରିଖ ରାତିରେ ଜଣେ ସିନିୟର୍‌ ଛାତ୍ର ଜଣେ ଜୁନିୟର୍‌ ଛାତ୍ରଙ୍କୁ କୌଣସି କାରଣକୁ ନେଇ ଗାଳିଗୁଳଜ କରିଥିଲେ। ଏପରିକି ତାଙ୍କୁ ଚାପୁଡ଼ା ମାରି ହତ୍ୟା ଧମକ ଦେଇଥିଲେ। ଏହି ଘଟଣାକୁ ନେଇ ଜୁନିୟର୍‌ ଛାତ୍ର ଜଣକ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପ୍ରକାଶଥାଉ କି, ପୂର୍ବରୁ ମଧ୍ୟ ଏହି ଶିନୁଷ୍ଠାନରେ ରୢାଗିଂକୁ ନେଇ ବହୁବାର ଅଶାନ୍ତ ପରିବେଶ ଦେଖାଦେଇଛି। ଏବେ ପୁଣିଥରେ ଶିକ୍ଷାନୁଷ୍ଠାନରେ ରୢାଗିଂ ଅଭିଯୋଗ ଆସିଛି। ଏ ନେଇ ପୁଲିସ ତଦନ୍ତ କରୁଛି। ସେହିପରି କଲେଜ କର୍ତ୍ତୃପକ୍ଷ ମଧ୍ୟ ଏହି ଘଟଣା ଉପରେ ନିଜଆଡୁ ତଦନ୍ତ କରୁଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe