ପଡ଼ୋଶୀଙ୍କ ବିବାହରେ ନାଚିବା କାଳ ହେଲା: ଶାବଳରେ ପିଟିପିଟି ସ୍ତ୍ରୀକୁ ମାରିଲା ସ୍ବାମୀ

Advertisment
ପଡ଼ୋଶୀଙ୍କ ବିବାହରେ ନାଚିବା କାଳ ହେଲା: ଶାବଳରେ ପିଟିପିଟି ସ୍ତ୍ରୀକୁ ମାରିଲା ସ୍ବାମୀ

ସୋର: ବାଲେଶ୍ବର ଜିଲ୍ଲା ଔପଦା ଥାନା ପାଇକପଡ଼ା ଗାଁର ସିଂହ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଲୋକ ସ୍ତ୍ରୀକୁ ପିଟିପିଟି ମାରି ଦେଇଛି। ପଡ଼ୋଶୀଙ୍କ ବିବାହ ଭୋଜିରେ ନାଚିବାରୁ ସ୍ତ୍ରୀକୁ ଅଭିଯୁକ୍ତ ସ୍ବାମୀ ଏଭଳି କାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି।

ଏହି ଗାଁର ରାମ ସିଂର ପତ୍ନୀ ଶର୍ମିଲା ପଡ଼ୋଶୀଙ୍କ ବିବାହରେ ନାଚିଥିଲେ। ଏଥିରେ ରାଗିଯାଇ ରାମ ସିଂ ଶର୍ମିଳାଙ୍କୁ ଗାଳିଗୁଲଜ କରିବା ସହ ଶାବଳରେ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ଶର୍ମିଳାଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଔପଦା ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ରାମ ସିଂକୁ ଅଟକ ରଖି ତଦନ୍ତ ଜାରି ରଖିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe