ପୁଣି ଚାଲିବ ୪ ପାସେଞ୍ଜର ଟ୍ରେନ୍‌

Advertisment
ଓଡ଼ିଶାରେ ୧୦୦% ବିଦ୍ୟୁତୀକରଣ ସମ୍ପୂର୍ଣ୍ଣ କଲା ଭାରତୀୟ ରେଳ

RailPost.in

ଭୁବନେଶ୍ବର: କୋଭିଡ୍‌-୧୯ ସଂକ୍ରମଣକୁ ନଜରରେ ରଖି ଓଡ଼ିଶାରେ ବାତିଲ୍‌ ହୋଇଥିବା ୪ଟି ପାସେଞ୍ଜର ଟ୍ରେନ୍‌କୁ ପୁଣିଥରେ ଚଲାଇବାକୁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶା ଗସ୍ତ ଅବସରରେ କହିଛନ୍ତି ଯେ କୋଭିଡ୍‌ ସଂକ୍ରମଣ କମିଥିବାରୁ ଟ୍ରେନ୍‌ ସେବା ସ୍ବାଭାବିକ ହେଉଛି। ଏକ୍ସପ୍ରେସ୍‌ ଟ୍ରେନ୍‌ଗୁଡ଼ିକ ଚଳାଚଳ କଲାଣି। ଆଉ ଯେଉଁ ଟ୍ରେନ୍‌ ବାକି ରହିଛି ଯେତେଶୀଘ୍ର ସମ୍ଭବ ସେଗୁଡ଼ିକୁ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ପୁରୀ-ତାଳଚେର-ପୁରୀ ମେମୁ(୬୮୪୧୪/୬୮୪୧୩), କଟକ-ଭଦ୍ରକ-କଟକ ମେମୁ(୬୮୪୩୮/୬୮୪୩୭), ପୁରୀ-ପାରାଦୀପ-ପୁରୀ ‌ଏକ୍ସପ୍ରେସ୍‌(୧୮୪୧୪/୧୮୪୧୩), ପୁରୀ-ଶ୍ରୀନଗର ସିରିଡ଼ି-ପୁରୀ ଏକ୍ସପ୍ରେସ୍‌(୨୦୮୫୭/୨୦୮୫୮) ସେବା ଖୁବ୍‌ଶୀଘ୍ର ଆରମ୍ଭ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe