ପୁଲିସ ବିଭାଗକୁ ଦୁର୍ଦ୍ଦାନ୍ତ ଅପରାଧୀ ଚିନ୍ତା: କୋର୍ଟ ଆସିବେନି, ଭିଡିଓ କନ୍‌ଫରେନ୍ସି˚ରେ ହାଜିରା

Advertisment
ମହଙ୍ଗା ପଡ଼ିଲା ବିଶୃଙ୍ଖଳିତ ଆଚରଣ ଜେଲ୍‌ ଗଲେ ଯବାନ

thehill.com

କଟକ: ଏଣିକି ଆତଙ୍କବାଦୀ କାର୍ଯ୍ୟକଳାପ, ନକ୍ସଲ କିମ୍ବା ଜଘନ୍ୟ ଅପରାଧରେ ସାମିଲ ଅପରାଧୀଙ୍କୁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର କରାଯିବ ନାହିଁ। ସେମାନଙ୍କୁ ଆଣିବା ରାସ୍ତାରେ ଖସିଯାଉଥିବାରୁ ଜେଲ୍‌ରୁ ଭିଡିଓ କନ୍‌ଫରେନ୍ସି˚ ମାଧ୍ୟମରେ ଅଦାଲତରେ ହାଜର କରାଯିବ। ପୂର୍ବରୁ କେବଳ ନିର୍ଦ୍ଦିଷ୍ଟ କେତେକ ଗୁରୁତ୍ବପୂର୍ଣ୍ଣ ମାମଲାରେ ଭିଡିଓ କନ୍‌ଫରେନ୍ସି˚ ଜରିଆରେ ଜେଲ୍‌ରୁ ଅଭିଯୁକ୍ତଙ୍କ ହାଜିରା ଅଦାଲତରେ କରାଯାଉଥିଲା। କିନ୍ତୁ ଏବେ ଉପରୋକ୍ତ ସ˚ଗୀନ ମାମଲାଗୁଡ଼ିକରେ ସମ୍ପୃକ୍ତ ଅପରାଧୀଙ୍କୁ ଭିଡିଓ କନ୍‌ଫନ୍‌ରେନ୍ସି˚ ମାଧ୍ୟମରେ ଅଦାଲତରେ ହାଜିରା କରାଯିବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ଏସ୍‌ପି/ଡିସିପିଙ୍କୁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଦୁଷ୍କର୍ମ ମାମଲାରେ ଗୁରୁତ୍ବପୂର୍ଣ୍ଣ ସାକ୍ଷୀ ଭାବେ ସରକାରୀ ଚାକିରିଆମାନେ ନିଜ ଅଫିସରୁ ଛୁଟି ନେଇ ସାକ୍ଷୀ ଦେବାକୁ କୋର୍ଟ ଯିବାକୁ ପଡ଼ିବ ନାହିଁ। ସେମାନେ କୋର୍ଟରେ ବ୍ୟକ୍ତିଗତ ହାଜିରା ନକରି ନିଜ ଅଫିସ୍‌ରେ ଥାଇ ଅଡିଓ-ଭିଡିଓ ମାଧ୍ୟମରେ ମଧ୍ୟ ନିଜ ପକ୍ଷ ରଖିପାରିବେ ବୋଲି ସ˚ଶୋଧିତ ହୋଇଥିବା ଆଇନରେ ଦର୍ଶାଯାଇଛି।

ସିଆର‌୍‌ପିସିର ଧାରା ୧୬୭ ଆଧାରରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ବ୍ୟକ୍ତିଗତ ହାଜିରା ବାଧ୍ୟତାମୂଳକ କରାଯାଇଥିଲା। ଅଭିଯୁକ୍ତ ଜଣକ ଗିରଫ ହେବା ପରଠାରୁ କୋର୍ଟରେ ଚାର୍ଜସିଟ୍‌ ଦାଖଲ ପର୍ଯ୍ୟନ୍ତ କୋର୍ଟର ନିର୍ଦ୍ଦେଶ ମୁତାବକ ବିଭିନ୍ନ ତାରିଖରେ ହାଜର କରିବାକୁ ପଡ଼ିଥାଏ। ଅନେକ ମାମଲାରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୁଲିସ କୋର୍ଟକୁ ହାଜର ପାଇଁ ଆଣିବା ସମୟରେ ଅପରାଧୀମାନେ ପୁଲିସ ହେପାଜତରୁ ଖସି ପଳାଇବାର ଏକାଧିକ ନଜିର ରହିଛି। ଏବେ ମୁଖ୍ୟତଃ ଆତଙ୍କବାଦ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଭିଯୁକ୍ତ, ନକ୍ସଲ କିମ୍ବା ଦୁର୍ଦ୍ଦାନ୍ତ ଅପରାଧୀମାନେ କୋର୍ଟରେ ହାଜର ସମୟରେ ଫେରାର ହୋଇଯାଉଥିବାରୁ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଏବେ ସିଆରପିସିର ଧାରା ୧୬୭(୨) (ବି)ରେ କରାଯାଇଥିବା ସ˚ଶୋଧନ ମାଧ୍ୟମରେ ଭିଡିଓ କନ୍‌ଫରେନ୍ସି˚ରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଅଦାଲତରେ ହାଜର କରାଯିବ। ଏଭଳି ବ୍ୟବସ୍ଥା ମାଧ୍ୟମରେ ହାଜିରା କରାଯାଇ ସମ୍ପୃକ୍ତ ଅପରାଧୀଙ୍କ ବିଚାର ବିଭାଗୀୟ ହାଜତ ମିଆଦି ମଧ୍ୟ ବୃଦ୍ଧି କରାଯିବାକୁ ସ˚ଶୋଧନ ଆଇନରେ ଉଲ୍ଲେଖ ରହିଛି। ଅପରାଧୀମାନେ ଖସିଯାଉଥିବାରୁ ଯେଭଳି ସେମାନେ ଏଣିକି ଭିଡିଓ କନ୍‌ଫରେନ୍ସି˚ ମାଧ୍ୟମରେ ହାଜର ହେବେ, ସେ ନେଇ ଜିଲ୍ଲା ଏସ୍‌ପି/ଡିସିପି, ରେଳବାଇ ଏସ୍‌ପିମାନେ ନିଶ୍ଚିନ୍ତ କରିବେ। ଏ ସ˚କ୍ରାନ୍ତରେ କ୍ରାଇମ୍‌ବ୍ରାଞ୍ଚ ଜିଲ୍ଲା ପୁଲିସକୁ ନିର୍ଦ୍ଦେଶ ଦେଇଛି। ଏଭଳି ପ୍ରକ୍ରିୟାରେ ହାଜର ପୂର୍ବରୁ ପୁଲିସ ଏ ସ˚କ୍ରାନ୍ତରେ କୋର୍ଟରେ ଆବେଦନ କରିବାକୁ କୁହାଯାଇଛି।

ସେହିପରି ସିଆର‌୍‌ପିସିର ଧାରା ୨୭୩ରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି କି, ଦୁଷ୍କର୍ମ ମାମଲାରେ କୋର୍ଟରେ ଶୁଣାଣି ବେଳେ ନାବାଳିକା ପୀଡ଼ିତା ଯେଭଳି ଅଭିଯୁକ୍ତଙ୍କ ସାମ୍‌ନାସାମ୍‌ନି ନହେବେ, ସେଥିପ୍ରତି ଦୃଷ୍ଟି ଦିଆଯିବ। ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ପ୍ରଭାବିତ କରିବାର ଆଶଙ୍କା ଅଛି। ଏଥିପାଇଁ ପୀଡ଼ିତାଙ୍କ ଭିଡିଓ କନ୍‌ଫରେନ୍ସି˚ ମାଧ୍ୟମରେ ବୟାନ ରେକର୍ଡ କରାଯିବ। ସେହିପରି ସିଆର‌୍‌ପିସିର ଧାରା ୨୭୫(୧) ଅନୁଯାୟୀ, ଉକ୍ତ ଦୁଷ୍କର୍ମ ମାମଲାରେ ସାକ୍ଷୀଙ୍କ ବୟାନ ମଧ୍ୟରେ ଅଡ଼ିଓ-ଭିଡିଓ ଯନ୍ତ୍ର ମାଧ୍ୟମରେ ରେକର୍ଡ କରାଯିବ। ଏହାଦ୍ବାର ଅଯଥା ସମୟ ନଷ୍ଟ ହେବ ନାହିଁ ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଦର୍ଶାଯାଇଛି। ଜିଲ୍ଲା ଏସ୍‌ପି/ଡିସିପିମାନେ ଏଭଳି ନିୟମକୁ ଯେଭଳି କଡ଼ାକଡ଼ି ଭାବେ ପାଳନ କରନ୍ତି, ସେଥିପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe