ଫସଲ ବୀମା ସହାୟତା ପାଇଁ ତହସିଲଦାରଙ୍କୁ ଦାବିପତ୍ର

Advertisment
ଫସଲ ବୀମା ସହାୟତା ପାଇଁ ତହସିଲଦାରଙ୍କୁ ଦାବିପତ୍ର

ସଇନ୍ତଳା: ୨୦୨୧-୨୨ ବର୍ଷର ଫସଲ ବୀମା ସହାୟତା ପାଇଁ ସଇନ୍ତଳା ବ୍ଲକ୍‌ ଡେଙ୍ଗ ପଞ୍ଚାୟତର ଚାଷୀମାନେ ଦାବି କରିଛନ୍ତି। ଏନେଇ ସେମାନେ ଶୁକ୍ରବାର ସ୍ଥାନୀୟ ତହସିଲଦାର ସୁରେନ୍ଦ୍ର ମେହେରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ସେମାନଙ୍କ ଅଭିଯୋଗ ଅନୁସାରେ, ୨୦୨୧-୨୨ ବର୍ଷରେ ଚାଷୀମାନେ ଫସଲ ବୀମା କରିଥିଲେ। ବର୍ଷା ଅଭାବରୁ ଠିକ୍‌ ଭାବ‌େ ଧାନ ଅମଳ କରିପାରି ନଥିଲେ। ବୀମା କମ୍ପାନି ତରଫରୁ କିଛି ଅଧିକାରୀ ଓ ସ୍ଥାନୀୟ କୃଷି ବିଭାଗ କର୍ମଚାରୀମାନେ ମିଶି ଚାଷଜମି ବୁଲି ଦେଖିବା ସହ ମରୁଡ଼ି ହୋଇଥିବା ପ୍ରକାଶ କରିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ସେମାନେ ବୀମା ସହାୟତା ରାଶି ପାଇ ନାହାନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ଦାବି ପୂରଣ ନହେଲେ ୨୫ତାରିଖ ଦିନ ତହସିଲ ଅଫିସ ଘେରାଉ କରିବା ସହ ରାଜରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ଦାବିପତ୍ର ଦେବା ସମୟରେ ବିଜେପି ନେତା ମହେନ୍ଦ୍ର ଠାକୁର, ଚାଷୀ ସରୋଜ ସାହୁ, ଉଦୟ ଚନ୍ଦ୍ର ପଧାନ, ବିରଂଚି ରଣା, ସୁରୁପାଳ ସାହୁ, ଲମ୍ବୋଦର ବଗର୍ତୀ, ଶିବଲାଲ ଖମାରୀ, ଯୁଗଲାଲ ଖମାରୀ, ରାଜୁ ସାହୁ, ଗୌର ରଣା, କାର୍ତିକ ମାଝୀ, ଧନଂଜୟ ରଣା, ରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe