ବଇଞ୍ଚବଣିଆରେ ସୁନା ଓ ଟଙ୍କା ଚୋରି

ବଇଞ୍ଚବଣିଆରେ ସୁନା ଓ ଟଙ୍କା ଚୋରି

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବଇଞ୍ଚବଣିଆ ସ୍ଥିତ ଗୀତାଭବନ ନିକଟରେ ଅଭିମନ୍ୟୁ ଦଳାଇଙ୍କ ଘରୁ ଟଙ୍କା ଓ ସୁନା ଚୋରି ହୋଇଥିବା ଅଭିଯୋଗ ହୋଇଛି।

publive-image

ସୂଚନା ଅନୁଯାୟୀ, ଅକ୍ଟୋବର ୪ ତାରିଖରେ ଘର ମାଲିକ ଅଭିମନ୍ୟୁ ଦଳାଇ ବିଶାଖାପାଟଣା ବୁଲିବାକୁ ଯାଇଥିଲେ। ତାଙ୍କରି ଝିଅ କଳ୍ପନା ପ୍ରଧାନ ବଇଞ୍ଚବଣିଆ ନିକଟସ୍ଥ ମାଣିକନଗରରେ ରହୁଛନ୍ତି। ବାପ ଘରେ କେହି ନଥିବାରୁ କଳ୍ପନା ଦୁଇ ଦିନରେ ଥରେ ସେଠାକୁ ଯାଇ ଗଛରେ ପାଣି ଦେଇ ଆସନ୍ତି। କିନ୍ତୁ ଆଜି ସନ୍ଧ୍ୟାରେ ସେଠାକୁ ଯାଇଥିବା ବେଳେ ଘର କବାଟ ଖୋଲା ଥିବାର ଦେଖିବାକୁ ପାଇଥିଲେ। ତାଙ୍କର ବାପ ଘରକୁ ପାଖାପାଖି ୧୫ ହଜାର ଟଙ୍କା ଓ ୨୦ ତୁଳାରୁ ଅଧିକ ସୁନା ଓ ରୂପା ମଧ୍ୟ ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଥିଲେ। ଖବର ପାଇଁ ହିଞ୍ଜିଳିକାଟୁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe