ବାପାଙ୍କ ପାଖରେ ରାତିରେ ‌ଶୋଇଥିଲା ୫ମ ଶ୍ରେଣୀ ଛାତ୍ରୀ, ଟେକି‌ ନେଇ ଦୁଷ୍କର୍ମ କଲା ଯୁବକ!

Advertisment
ସହିହେଉନି ଲୋକଲଜ୍ଜା! ଆତ୍ମହତ୍ୟା ଉଦ୍ୟମ କଲେ ଦୁଷ୍କର୍ମ ପୀଡ଼ିତା ଆଶାକର୍ମୀ

Newsd.in

କୋରାପୁଟ/କୋଟପାଡ: ‌କୋରାପୁଟ ଜିଲ୍ଲା କୋଡପାଡ ବ୍ଲକ ମୁର୍ତ୍ତାହାଣ୍ଡି ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ପଞ୍ଚମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାଙ୍କୁ ଗାଁର ତୁଳସୀରାମ ସମରଥ ନାଁରେ ଜଣେ ଯୁବକ ଟେକି ନେଇ ଦୁଷ୍କର୍ମ କରିଥିବା କୋଟପାଡ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ଉକ୍ତ ଯୁବକଙ୍କୁ ଅଟକ ରଖିଥିବାବେଳେ ଲିଖିତ ଅଭିଯୋଗ ପାଇବା ପରେ ଗିରଫ କରାଯିବା ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ ଶୁକ୍ରବାର ରାତିରେ ଜୈନିକ ନାବାଳିକା ତାଙ୍କ ବାପା ନିକଟରେ ବାହାରେ ଶୋଇଥିଲେ। ଏହି ସମୟରେ ଗାଁର ତୁଳସୀରାମ ସମରଥ ଉକ୍ତ ନାବାଳିକାଙ୍କୁ ଟେକି ନେଇ ନିଟକରେ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମର ଶିକାାର ହେବା ପରେ ପୀଡିତା ଏବାବଦରେ ପରିବାରବର୍ଗଙ୍କୁ କହିଥିଲା। ଥାନାରେ ଆଜି ସକାଳୁ ଅଭିଯୋଗ ହେବା ପରେ ପୁଲିସ ତୁଳସୀରାମଙ୍କୁ ଆଣି ଥାନାରେ ଅଟକ ରଖିଥିବାବେଳେ ନାବାଳିକାର ଡାକ୍ତରୀମାଇନା କରିଥିବା ଜଣାପଡିଛି। ତେବେ ୫ମ ଶ୍ରେଣୀର ଛାତ୍ରୀଙ୍କୁ ବାପା ପାଖରୁ ଉଠାଇ ଦୁଷ୍କର୍ମ କରିଥିବା ଯୁବକଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe