ବାରିପଦା: ରବିବାର ସକାଳ ୭ଟା ରୁ ବାରିପଦା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪ଟି ବୁଥ୍ ଓ ବାଙ୍ଗିରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀର ୧ଟି ବୁଥ୍ ରେ ସାନି ମତଦାନ ଆରମ୍ଭ ହୋଇଛି।
ସନ୍ଧ୍ୟା ୬ଟା ଯାଏଁ ଏହି ୫ଟି ଆସନରେ ଭୋଟ୍ ଗ୍ରହଣ କରାଯିବ। ଲୋକେ ପୂର୍ବଭଳି ଉତ୍ସାହର ସହ ଭୋଟ୍ ଦେବା ପାଇଁ ସମ୍ପୃକ୍ତ ବୁଥ୍ ଆଗରେ ଧାଡ଼ି ବାନ୍ଧି ଅପେକ୍ଷା କରିଛନ୍ତି।
ଭିଭିପିଏଟିରେ ଯାନ୍ତ୍ରିକ ତ୍ରୁଟି ଏବଂ ବିଶୃଙ୍ଖଳା ଆଦି କାରଣ ପାଇଁ ଏ ସବୁ ବୁଥ୍ରେ ପୁନଃ ମତଦାନ ପାଇଁ ଆଦେଶ ଦିଆଯାଇଥିଲା।
Follow Us