ବାର୍‌ହା ଶିକାର ଅଭିଯୋଗରେ ୫ ଗିରଫ

Advertisment
କାଲଭମ-୬୨୫ ଓ ଅନ୍ୟ ନକଲି ଔଷଧ ମାମଲା: ବାରାଣାସୀରୁ କିଙ୍ଗ ପିନ୍‌ ସହିତ ୫ ଗିରଫ

Image Courtesy of The Quint

ଦେବଗଡ଼: ବେଆଇନ ବାର୍‌ହା ଶିକାର ଅଭିଯୋଗରେ ମଙ୍ଗଳବାର ଦେବଗଡ଼ ବନ ବିଭାଗ ପକ୍ଷରୁ ୫ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଦେବଗଡ଼ା ଥାନା ଅନ୍ତର୍ଗତ ବନ୍ଧଖୋଳ ଗ୍ରାମ‌ର ଥୋମାସ ଡୁଙ୍ଗଡୁଙ୍ଗ(୬୫), ସୁନୀଲ କୁଲୁ(୪୫), ମସିନ୍ତା ଗ୍ରାମର ପାୱଲ ଲାକ୍ରା(୫୬), ହଦମୁଣ୍ଡା ଗ୍ରାମର ପାଣ୍ଡବ ନାୟକ(୫୬) ଓ ଯଶେଫ କୁଲୁ(୫୫)। ସେମାନଙ୍କ ନିକଟରୁ ବା‌ର୍‌ହା ମାଂସ ଏବଂ ମୁଣ୍ଡ ମଧ୍ୟ ଜବତ କରାଯାଇଛି।

ସୂଚନା ଅନୁଯାୟୀ, ଦେବଗଡ଼ ସେକ୍‌ସନ ଅନ୍ତର୍ଗତ ରମ୍ଭାଦେବି ସଂରକ୍ଷିତ ଜଙ୍ଗଲରେ ଅଭିଯୁକ୍ତ ମାନେ ମଙ୍ଗଳବାର ଏକ ବାର୍‌ହା ଶିକାର କରିଥିଲେ। ବନ ବିଭାଗର କର୍ମଚାରୀ କୌଣସି ସୂତ୍ରରୁ ଖବରପାଇ ଉକ୍ତ ସ୍ଥାନରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ସେମାନଙ୍କ ନିକଟରୁ ୨୫ କେଜି ମାଂସ, ବାର୍‌ହା ମୁଣ୍ଡ ଓ ଗୋଡ଼ ଜବତ କରିବା ସହ ସେମାନଙ୍କୁ ଗିରଫ କରିଥିଲେ। ଏନେଇ ବନ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ‌ଏହି ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe