ଭୁବନେଶ୍ବର: ରାଜ୍ୟରେ ବିଜୁ ପକ୍କା ଘର ଯୋଜନାରେ ୨୦୧୪-୧୫ ଆର୍ଥିକ ବର୍ଷରୁ ଏ ପର୍ଯ୍ୟନ୍ତ ମୋଟ୍ ୨୧୨୮.୫୦ କୋଟି ଟଙ୍କା ବ୍ୟୟରେ ୨,୮୯,୨୮୫ ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏହି ତଥ୍ୟ ଦେଇଛନ୍ତି। ହିତାଧିକାରୀ ଚିହ୍ନଟରେ ହେର୍ଫେର୍ ସଂକ୍ରାନ୍ତରେ ମନ୍ତ୍ରୀ କହିଛନ୍ତି, ୨୦୧୭-୧୮ ଆର୍ଥିକ ବର୍ଷରେ ନୟାଗଡ଼ ଜିଲ୍ଲାର ଭାପୁର ବ୍ଲକ୍ରେ ହିତାଧିକାରୀ ଚୟନ ସଂକ୍ରାନ୍ତୀୟ ଅଭିଯୋଗ ସରକାରଙ୍କ ହସ୍ତଗତ ହୋଇଛି। ତଦନ୍ତରେ ଅନିୟମିତତା ପ୍ରମାଣିତ ହେବା ପରେ ସଂପୃକ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହିତାଧିକାରୀ ଚୟନରେ ଅଧିକ ସ୍ବଚ୍ଛତା ଆଣିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us