ତୋମାରଙ୍କୁ ଚିଠି ଲେଖି ଅନୁରୋଧ କଲେ ଧର୍ମେନ୍ଦ୍ର : ପକ୍କା ଘର ଯୋଜନାର ତଦନ୍ତ କରାଯାଉ

Advertisment

ବିଜେଡିର ପ୍ରତିକ୍ରିୟା, ଅସହିଷ୍ଣୁ ହୋଇପ଼ଡିଛନ୍ତି କେନ୍ଦ୍ରମନ୍ତ୍ରୀ

ବିଜେଡିର ପ୍ରତିକ୍ରିୟା, ଅସହିଷ୍ଣୁ ହୋଇପ଼ଡିଛନ୍ତି କେନ୍ଦ୍ରମନ୍ତ୍ରୀ

ତୋମାରଙ୍କୁ ଚିଠି ଲେଖି ଅନୁରୋଧ କଲେ ଧର୍ମେନ୍ଦ୍ର : ପକ୍କା ଘର ଯୋଜନାର ତଦନ୍ତ କରାଯାଉ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ୧୭ ଲକ୍ଷ ବିଜୁ ପକ୍କା ଘର ବିଜ୍ଞାପନକୁ ମିଛ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେବଳ ସେତିକି ନୁହେଁ, କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ପତ୍ର ଲେଖି ଶ୍ରୀ ପ୍ରଧାନ ଏହାର ତଦନ୍ତ ପାଇଁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଚିଠିକୁ ବିରୋଧ କରିଛି ବିଜେଡି। ଧର୍ମେନ୍ଦ୍ର ଚର୍ଚ୍ଚାରେ ରହିବା ପାଇଁ ଏମିତି କରୁଛନ୍ତି ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଆଜି ଗଣମାଧ୍ୟମକୁ କହିଛନ୍ତି।

କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଶ୍ରୀ ପ୍ରଧାନ କହିଛନ୍ତି, ଗରିବ ଲୋକଙ୍କୁ ପକ୍କା ଘର ଆବଣ୍ଟନ ପ୍ରସଙ୍ଗରେ ରାଜ୍ୟ ସରକାର ମିଥ୍ୟା ତଥ୍ୟର ଆଶ୍ରୟ ନେଇଛନ୍ତି। ବିଜୁ ପକ୍କା ଘର ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୭ ଲକ୍ଷ ପକ୍କା ଘର କରାଯାଇଥିବା ନେଇ ରଥଯାତ୍ରା ଅବସରରେ ବିଜ୍ଞାପନ ଦିଆଯାଇଛି। ସରକାରଙ୍କ ଗ୍ରାମାଞ୍ଚଳ ଗୃହ ନିର୍ମାଣ ସଂକ୍ରାନ୍ତ େଓ୍ଵବ୍‌ସାଇଟ୍‌ କିନ୍ତୁ ସୂଚାଉଛି ଯେ ବିଜୁ ପକ୍କା ଘର ଯୋଜନା, ଖଣି ଏବଂ ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା ଆଦି ମାଧ୍ୟମରେ ମୋଟ ୨.୮ ଲକ୍ଷ ଘର କରାଯାଇଛି।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ତୋମାର ଏକ ଉଚ୍ଚ ସ୍ତରୀୟ ତଦନ୍ତକାରୀ ଦଳ ପଠାଇ କେଉଁ ଯୋଜନାରେ କେତେ ଘର ନିର୍ମାଣ ହୋଇଛି ତାହାର ତଦନ୍ତ କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ପକ୍କା ଘର ମାମଲାରେ ଏକ ସକ୍ରିୟ ଜନସଚେତନତା କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ମଧ୍ୟ କେନ୍ଦ୍ରକୁ ଅନୁରୋଧ କରାଯାଇଛି। ଏହି ଜନ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ସଂପର୍କରେ ଓଡିଶାବାସୀ ଜାଣି ପାରିବେ ଅନ୍ଧାରରେ ରହିବେ ନାହିଁ ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୨୦୧୬ ମସିହାରେ ଗ୍ରାମାଞ୍ଚଳବାସୀଙ୍କ ପାଇଁ ଦଶ ଲକ୍ଷ ବିଜୁ ପକ୍କା ଘର ତିଆରି କରିଥିବା ରାଜ୍ୟ ସରକାର ବିଜ୍ଞାପନ ମାଧ୍ୟମରେ ପ୍ରକାଶ କରିଥିଲେ । ଯେତେବେଳେ ବିଧାନସଭାରେ ଏହି ପ୍ରଶ୍ନ ଉଠାଗଲା ରାଜ୍ୟ ସରକାର ଏହି ପ୍ରଶ୍ନର ଉତ୍ତର ନ ଦେଇ ତଥ୍ୟ ସଂଗ୍ରହ କରାଯାଉଛି ବୋଲି କହି ଏଡାଇ ଯାଇଥିଲେ । କେନ୍ଦ୍ର ସରକାରଙ୍କର ଗରିବଙ୍କ ପାଇଁ ପକ୍କା ଘର ଯୋଜନା ଆବଣ୍ଟନ ଦଳୀୟ ଭିତ୍ତିରେ କରାଯାଉଥିବା ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଚିଠିରେ ଆହୁରି ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଆୟୁଷ୍ମାନ ଭାରତ ଯୋଜନାରୁ ନଜର ହଟାଇବା ପାଇଁ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରିଛନ୍ତି। ଟଙ୍କିକିଆ ଚାଉଳ, ୧୦୮ ଆମ୍ବୁଲାନ୍ସ ଭଳି ପ୍ରସଙ୍ଗରେ ମଧ୍ୟ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ନିଜର ବୋଲି କହି ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜର କରିବା ରାଜ୍ୟ ସରକାରଙ୍କ କାମ ନୁହେଁ ବୋଲି ଏହି ଅବସରରେ ସୂଚାଯାଇଛି।

ବିଜେଡି ଏହି ଘଟଣାରେ ତତ୍କାଳ ପ୍ରତିକ୍ରିୟା ପ୍ରକାଶ କରିଛି। ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଗୁରୁପ୍ରିୟା ସେତୁ ଓ ବିଜୁ ପକ୍କା ଘର ଆଦି ସଫଳ ଭାବେ କାର୍ଯ୍ୟକାରୀ ହେଉଥିବାରୁ କେନ୍ଦ୍ରମନ୍ତ୍ରୀ ଅସହିଷ୍ଣୁ ହୋଇ ପଡିଛନ୍ତି। ତେଣୁ ଚର୍ଚ୍ଚାରେ ରହିବା ପାଇଁ ଏଭଳି ଭିତ୍ତିହୀନ ଚିଠି ଲେଖୁଛନ୍ତି। ଏହା ପରୋକ୍ଷରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାରଙ୍କ କାର୍ଯ୍ୟଦକ୍ଷତାକୁ ମଧ୍ୟ ପ୍ରଶ୍ନ କରୁଛି। ସମ୍ଭବତଃ ତୋମାର ତାଙ୍କ ଦାୟିତ୍ୱ ସଠିକ ଭାବେ ତୁଲାଉ ନାହାଁନ୍ତି, ଏଣୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କୁ ମନେ ପକାଇ ଦେଇଛନ୍ତି। ବିଜେଡି କହିଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକସବୁ ବେଳେ ଓଡିଶାବାସୀଙ୍କ ଉନ୍ନତି ପଥରେ ଅଛନ୍ତି। କେନ୍ଦ୍ର ମନ୍ତ୍ରୀ ନିଜ ବିଭାଗର ଦାୟିତ୍ୱ ଛାଡି ଅନ୍ୟ ବିଭାଗ ବିଷୟରେ ଚିନ୍ତା କରୁଥିବାରୁ ଆଜି ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହୋଇଛି ପାଲଟା ଆଜି ବିଜେଡି ଅଭିଯୋଗ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe