ବିଦ୍ୟାଭାରତୀଙ୍କ ବିବାହକୁ ନେଇ ପୁଣି ଚର୍ଚ୍ଚା; ଜ୍ୟୋତି ନୁହଁ, ଜୟପ୍ରକାଶଙ୍କ ସହ ଠିକ୍‌ ହୋଇଥିଲା

Advertisment

ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ଘଟଣା

ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ଘଟଣା

୨୧ର ଚର୍ଚ୍ଚିତ ଏକୋଇଶି: ଭାରି ପଡ଼ିଛନ୍ତି ସହଯୋଗୀ

ଉଦଳା-୧, : ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ପୁଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ ଏହି ମାମଲାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦିଗକୁ ନଜରଅନ୍ଦାଜ କରୁଥିବା ନେଇ ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ଅଭିଯୋଗ କରୁଥିବାବେଳେ ପ୍ରତିଦିନ ଘଟଣାର ମୋଡ଼ ବଦଳିବାରେ ଲାଗିଛି। ନିକଟରେ ଅକ୍ଷୟ ଏବଂ ଜ୍ୟୋତି ଏହି ଦୁଇଟି ନାଁ ସାମ୍ନକୁ ଆସିଥିବା ବେଳେ ଅକ୍ଷୟ ବଲାଙ୍ଗୀରରେ ବିଦ୍ୟାଙ୍କ ସହପାଠୀ ଥିଲେ ବୋଲି ଜଣାପଡ଼ିଛି। ଏହାପରେ ବିଦ୍ୟାଙ୍କ ଜୀବନରେ ଜ୍ୟୋତିଙ୍କ ଭୂମିକା କଣ ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

କୁହାଯାଉଛି ବିଦ୍ୟାଙ୍କ ଚିଠିରେ ଉଲ୍ଲେଖ ଥିବା ଜ୍ୟୋତି ହେଲେ ଉଦଳା ବ୍ଲକ୍‌ ୱାର୍ଡ ନଂ ୧୦ର ଜୟପ୍ରକାଶ ପାଣିଗ୍ରାହୀ(୩୨)। ଛତିଶଗଡ଼ରେ ବ୍ୟାଙ୍କ ପିଓ ଭାବେ କାର୍ଯ୍ୟ କରୁଥିବା ଜୟପ୍ରକାଶଙ୍କ ସହ ୨୦୧୯ ମସିହାରେ ବିଦ୍ୟାଙ୍କ ବିବାହ ପ୍ରସ୍ତାବ ପଡ଼ିଥିଲା। ଜ୍ୟୋତି ବ୍ୟାଙ୍କ ଚାକିରି କରୁଥିବାରୁ ଝିଅ ଘରଲୋକ ଏହି ପ୍ରସ୍ତାବରେ ରାଜି ହୋଇ ଯାଇଥିଲେ। ଉଭୟ ପରିବାର ବିବାହ ପାଇଁ ସମ୍ମତି ଦେବା ପରେ ଜ୍ୟୋତି ଓ ବିଦ୍ୟାଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲାଏବଂ ବିଦ୍ୟାଙ୍କୁ ଦେଖା କରିବାକୁ ଜ୍ୟୋତି ମଧ୍ୟ ଗୌଡ଼ଗାଁ ଯାଇଥିବା କୁହାଯାଉଛି। ତେବେ ଜାତକ ଦୋଷ ପାଇଁ ପରେ ବିବାହ ବିବାହ ଭାଙ୍ଗି ଯାଇଥିବା ଚର୍ଚ୍ଚା ହେଉଛି। ବିବାହ ପ୍ରସ୍ତାବ ଭାଙ୍ଗିବା ପରେ ବି ଜ୍ୟୋତି ଓ ବିଦ୍ୟାଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗି ନଥିଲା ଓ ଉଭୟ ମିଳାମିଶା କରୁଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ତେବେ ଏ ସମ୍ପର୍କରେ ଜ୍ୟୋତିଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରିବାରୁ ସେମାନେ ବିବାହ ପ୍ରସ୍ତାବ ପଡ଼ିଥିବା କଥା ସ୍ବୀକାର କରିଥିଲେ ବି ବାକି ସବୁ କଥା ଗୁଜବ ବୋଲି କହିଥିଲେ। ମା’ ସୁଜାତା ପାଣିଗ୍ରାହୀଙ୍କ କହିବା କଥା ତାଙ୍କ ପୁଅ ନାଁ ଜୟପ୍ରକାଶ ପାଣିଗ୍ରାହୀ। ତାକୁ ସମସ୍ତେ ସିପୁନ୍‌ ବୋଲି ଡାକନ୍ତି। ଅଯଥାରେ ଜୟପ୍ରକାଶକୁ ଜ୍ୟୋତି ବୋଲି କହି ତାଙ୍କ ପରିବାରକୁ ବଦନାମ କରାଯିବା ସହ ମାମଲାକୁ ବିଭ୍ରାନ୍ତ କରାଯାଉଥିବା ସେ କହିଛନ୍ତି। ସେହିପରି ବିଦ୍ୟାଙ୍କ ସହ ବାହାଘର ଭାଙ୍ଗିବା ପରେ ବି ସମ୍ପର୍କ ରଖିଥିବା କଥା ସମ୍ପର୍କରେ ମୁହଁ ଖୋଲିଛନ୍ତି ଜୟପ୍ରକାଶ। ତାଙ୍କ କହିବା କଥା ପ୍ରସ୍ତାବ ଭାଙ୍ଗିବା ପରେ ସେ ଥରଟିଏ ବି ବିଦ୍ୟାଙ୍କୁ ଦେଖିନାହାନ୍ତି କି କଲ୍‌, ମେସେଜ କିଛି କରିନାହାନ୍ତି। ବାହାଘର ଭାଙ୍ଗିଯିବା ସମ୍ପର୍କରେ ଜୟପ୍ରକାଶଙ୍କ କହିବା କଥା ହେଲା ବିଦ୍ୟା ବାହାଘର ପରେ ଚାକିରି କରିବାକୁ ଚାହୁଁଥିଲେ। ହେଲେ ତାଙ୍କ ଘରଲୋକ ଚାହୁଁନଥିଲେ ବୋହୂ ଚାକିରି କରୁ। ତେଣୁ ପ୍ରସ୍ତାବ ଭାଙ୍ଗି ଯାଇଥିଲା। ତଥାପି ପୁଲିସ ଯଦି ତାଙ୍କୁ ତଦନ୍ତ ପାଇଁ ଡାକେ ତେବେ ସେ ସବୁ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି। ‌ଏପଟେ ଜୟପ୍ରକାଶଙ୍କୁ ଜ୍ୟୋତି ନାଁରେ କିଛି ସାଙ୍ଗ ସମ୍ବୋଧନ କରନ୍ତି ବୋଲି ଉଦଳା ଅଞ୍ଚଳର ତାଙ୍କର ଜଣେ ବନ୍ଧୁ ନାଁ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି। ଏ ସବୁ ଅଡ଼ୁଆ ଖିଅରୁ ପୁଲିସ କିପରି ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରୁଛି ତାକୁ ଅପେକ୍ଷା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe