ବେଙ୍ଗାଲୁରୁରେ ବାଇକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକ ମୃତ

Advertisment
ବେଙ୍ଗାଲୁରୁରେ ବାଇକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକ ମୃତ

ପାତ୍ରପୁର : ବେଙ୍ଗାଲୁରୁରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲ୍ଲାର ଜଣେ ଓଡ଼ିଆ ଶ୍ରମିକ ବାଇକ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତକ ଜଣକ ହେଲେ, ଜରଡ଼ା ଥାନା ଅଧୀନ ଗୁଣ୍ଡ୍ରା ଗ୍ରାମର କାହ୍ନୁଚରଣ ବାଡ଼ତ୍ୟା (୨୩)। ଗତକାଲି ରାତିରେ କାହ୍ନୁ କମ୍ପାନିରୁ କାମ ସାରି ଦୁଇ ସାଙ୍ଗଙ୍କ ସହ ବାଇକ୍‌ରେ ବସାକୁ ଫେରୁଥିଲେ। ଏହି ସମୟରେ ନୀଳମଙ୍ଗଳ ଥାନା ଇଲାକାରେ ଏକ କାର୍ ସହ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ତିନିଜଣ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟଲୋକେ ଡାକ୍ତରଖାନାକୁ ପଠାଇଥିଲେ। ହେଲେ କାହ୍ନୁଙ୍କୁ ମୃତ ଘୋଷଣା କରାଯାଇଥିଲା। କମ୍ପାନି ପକ୍ଷରୁ ଶବକୁ ଭିଟାମାଟିକୁ ପଠାଯିବା ଦିଗରେ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି।

୨୦୧୬ରେ କର୍କଟ ରୋଗରେ ଆାକ୍ରାନ୍ତ ହୋଇ ବାପା କୋଳିହଳାରେ ମୃତ୍ୟୁବରଣ କରିଥିଲେ। ପରିବାର ପ୍ରତିପୋଷଣ ପାଇଁ ଏକମାତ୍ର ପୁଅ କାହ୍ନୁ ଦାଦନ ଖଟିବାକୁ ବେଙ୍ଗାଲୁରୁ ପଳାଇଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ମାଆ ଶାନ୍ତି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡ଼ିଛନ୍ତି। ସ୍ବାମୀଙ୍କ ମୃତ୍ୟୁ ମନରୁ ଲିଭି ନଥିବା ବେଳେ ଭେଣ୍ଡିଆ ପୁଅର ମୃତ୍ୟୁ ତାଙ୍କୁ ବେସାହାରା କରିଦେଇଛି। ଗୁଣ୍ଡ୍ରା ଓ କୋଳିହଳା ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଶାନ୍ତିଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe