ବ୍ରିଜ୍‌ ତଳେ ଲାଗିଲା ବ୍ୟାରିକେଡ୍‌

Advertisment

ବମିଖାଲ ଓଭରବ୍ରିଜ୍‌ ଭୁଶୁଡ଼ିବା ପରେ ଚେତା ପଶିଲା

ବମିଖାଲ ଓଭରବ୍ରିଜ୍‌ ଭୁଶୁଡ଼ିବା ପରେ ଚେତା ପଶିଲା

ବ୍ରିଜ୍‌ ତଳେ ଲାଗିଲା ବ୍ୟାରିକେଡ୍‌

ଭୁବନେଶ୍ୱର : ବମିଖାଲ ଓଭରବ୍ରିଜ୍‌ ଭୁଶୁଡ଼ିବାର ୧୬ ଦିନ ପରେ ଚେତା ପଶିଲା। ନିର୍ମାଣାଧୀନ ଓଭରବ୍ରିଜ୍‌ ନିକଟରେ ଲୋକେ ଯେପରି ସୁବିଧାରେ ଯିବା ଆସିବା କରିପାରିବେ ସେଥିପାଇଁ ବ୍ରିଜ୍‌ ଚାରିପାର୍ଶ୍ୱରେ ବ୍ୟାରିକେଡ୍‌ ଲଗାଯାଇଛି। କାଠର ଖୁଣ୍ଟି ପୋତାଯିବା ସହ ଏହାକୁ ଲାଗି ଟିଣ ଖଞ୍ଜା ଯାଇଛି। ଓଭରବ୍ରିଜ୍‌ ତଳକୁ ଯେପରି କୌଣସି ବ୍ୟକ୍ତି ନ ଆସିବେ ସେଥିପାଇଁ ଦୃଷ୍ଟି ଦିଆଯିବା ସହ ବିଭିନ୍ନ ସ୍ଥାନରେ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ତଥାପି କେତେକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ନିର୍ମାଣକାରୀ ସଂସ୍ଥାର ଖାମଖିଆଲି କାର୍ଯ୍ୟ ସାଙ୍ଗକୁ ଲୋକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇ ନ ଥିବାରୁ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକଙ୍କ ଜୀବନ ପ୍ରତିଦିନ ବାଜି ଲାଗୁଥିଲା। ଯେଉଁଥିପାଇଁ ଗତ ୧୦ ତାରିଖରେ ନିର୍ମାଣଧୀନ ଓଭରବ୍ରିଜ୍‌ ଭୁଶୁଡ଼ିବା ଯୋଗୁଁ ଗୋଟିଏ ନିରିହ ଜୀବନ ଚାଲିଯିବା ସହ ଅନେକ ଆହତ ହୋଇଥିଲେ।

ଏଭଳିସ୍ଥିତିରେ ଦଶହରା ଆସିବାରୁ ପ୍ରଶାସନିକ ଅଧିକାରୀମାନେ ତତ୍ପରତା ପ୍ରକାଶ କରିଛନ୍ତି। ଶୋଚନୀୟ ହୋଇପଡ଼ିଥିବା ଓଭରବ୍ରିଜ୍‌ର ଦୁଇ ପାର୍ଶ୍ୱରେ ଥିବା ରାସ୍ତାର ଏବେ ମରାମତି କରାଯାଇଛି। ଯେଉଁ ସ୍ଥାନରେ ଓଭରବ୍ରିଜ୍‌ ଅଧାପନ୍ତରିଆ ରହିଛି ତାହାର ଚାରିପାର୍ଶ୍ୱରେ ବ୍ୟାରିକେଡ୍‌ ବୁଲା ଯାଇଛି। ପ୍ରାୟ ୩୦୦ ମିଟର ପର୍ଯ୍ୟନ୍ତ ରାସ୍ତାରେ ଏଭଳି ସୁରକ୍ଷା ବାଡ଼ ବୁଲା ହୋଇଛି। ହେଲେ ସହିଦନଗର ରେଲେଓ୍ଵ କ୍ରସିଂ ଦେଇ ବମିଖାଲ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ପ୍ରତି କୌଣସି ପଦକ୍ଷେପ ନିଆଯାଇ ନାହିଁ। ଲୋକେ ପୂର୍ବର୍ ଭଳି ପୋଲ ତଳେ ଯିବା ଆସିବା କରୁଛନ୍ତି।
୩ ବର୍ଷ ତଳେ ଏହି ପୋଲ ନିର୍ମାଣ ହୋଇଥିବାରୁ ତାହାର ସ୍ଥିତି ଧୀରେ ଧୀରେ ଖରାପ ହୋଇପଡ଼ିଲାଣି। ତେଣୁ କେତେବେଳେ ବି ଉକ୍ତ ପୋଲ ଭୁଶୁଡ଼ି ପଡ଼ିବ ତାହା କହିବା ମୁସ୍କିଲ୍‌। ତେଣୁ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe