ଭଦ୍ରକର ପ୍ରସିଦ୍ଧ ଶକ୍ତି ପୀଠ ମା’ଭଦ୍ରକାଳୀ ପୀଠ ଖାଁ ଖାଁ, ଆଜି ମହାକାଳୀ ବେଶରେ ପୂଜା ପାଉଛନ୍ତି

Advertisment
ଭଦ୍ରକର ପ୍ରସିଦ୍ଧ ଶକ୍ତି ପୀଠ ମା’ଭଦ୍ରକାଳୀ ପୀଠ ଖାଁ ଖାଁ, ଆଜି ମହାକାଳୀ ବେଶରେ ପୂଜା ପାଉଛନ୍ତି

ଭଦ୍ରକ: ପ୍ରସିଦ୍ଧ ଶକ୍ତି ପୀଠ ମା’ ଭଦ୍ରକାଳୀ ପୀଠ କାଳୀପୂଜା ଅବସରରେ ଖାଁ ଖାଁ ଲାଗୁଛି। ଭକ୍ତ ନାହାନ୍ତି। କେବଳ ପୂଜକଙ୍କୁ ନେଇ ଦୁଇ ଦିନ ହେଲା ପୂଜା ଚାଲିଛି। ମା’ଙ୍କ ପୀଠରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ପୁଲିସ ମୁତୟନ କରାଯାଇଛି। ଭକ୍ତଙ୍କ ଗହଳି ନ ହେବାକୁ ନିର୍ଦେଶ ଦିଆଯାଇଛି। ଯେଉଁ ଭକ୍ତ ଯାଉଛନ୍ତି, ସେମାନେ ବାହାରୁ ଭୋଗ ରାଗ କରି ବାହାରୁ ମୁଣ୍ଡିଆ ମାରି ମା’ଙ୍କ ପୀଠରୁ ଫେରି ଯାଇଛନ୍ତି। କରୋନା କଟକଣା ଲାଗି ଏବର୍ଷ ଭକ୍ତମାନେ ମାଆଙ୍କୁ ଦର୍ଶନ ନକରି ନିରାଶ ହୋଇ ଫେରୁଛନ୍ତି।

ଗତକାଲି ମା ବେଦମାତା ବେଶ୍‌ରେ ପୂଜା ପାଇଛନ୍ତି। ୪ ରୁ ୫ ଜଣ ବ୍ରାହ୍ମଣଙ୍କୁ ନେଇ ଚାଲିଛି ମାଙ୍କ ପୂଜା। ମାଆ ବେଦମତା ବେଶରେ ପୂଜା ପାଇଥିବା ବେଳେ ଆଜି ମାଆ ମହାକାଳୀ ବେଶ ରେ ପୂଜା ପାଇଛନ୍ତି। ମା’ଙ୍କ ପୀଠ ଭକ୍ତ ଶୂନ୍ୟ ହୋଇଛି। ଏଭଳି ଦିନରେ ଭଦ୍ରକାଳୀ ପୀଠ ଚଳାଞ୍ଚଳ ହୋଇଥାନ୍ତା। କରନା କଟକଣା ଲାଗି ମନ୍ଦିର ପରିସରରେ ଶୂନ୍ୟତା। ମା’ ବେଦମାତ ବେଶରେ ପୂଜା ପାଉଥିବା ବେଳେ ଏଇ ବେଶ୍‌ ରେ ଦର୍ଶନ କଲେ ଭକ୍ତର କଲ୍ୟାଣ ହୋଇଥିବାବେଳେ ଜ୍ଞାନ ବୃଦ୍ଧି ହୋଇଥାଏ। ଏଇ ବେଶ୍‌ ମା’ ଭଦ୍ରକାଳୀ ଙ୍କ ପ୍ରଜ୍ଞାର ବେଶ୍‌ଯ ଏଇ ବେଶ୍‌ ରେ ମାଆଙ୍କୁ ଦର୍ଶନ କଲେ ପିଲାମାନଙ୍କର ଜ୍ଞାନ ବୃଦ୍ଧି ହୁଏ। ମଣିଷ ପାଣ୍ଡିତ୍ୟ ଲଭ କରେ।

ସେହିପରି ମା’ଙ୍କ ମହାକାଳୀ ବେଶ ଦର୍ଶନ କଲେ ଭକ୍ତଙ୍କର ମଙ୍ଗଳ ହୋଇଥାଏ। ସବୁ ପାପ ତପ ରୁ ମୁକ୍ତି ମିଳେ। ମହାଶକ୍ତି ହେଉଛନ୍ତି ମା’ ମହାକାଳୀ। ମା’ ଭଦ୍ରକାଳୀଙ୍କର ୭ ଦିନରେ ୭ଟି ବେଶରେ ପୂଜା ପାଇବେ। ପ୍ରତି ଦିନର ପୂଜା ବିଧି ଅଲଗା ଅଲଗା। ପରାଇପାମ୍ପରା ଅନୁଯାୟୀ ମାଙ୍କର ପୂଜା ଅର୍ଚ୍ଚନା ହେବ।ମାତ୍ର ମନ୍ଦିର ଭିତରକୁ ଭକ୍ତମାନଙ୍କୁ ଛଡାଯିବ ନାହିଁ। ପ୍ରଶାସନର କଟକଣା ଯୋଗୁଁ ମନ୍ଦିରର ପୂଜକମାନେ ଏଇ ନିର୍ଦେଶ ମାନି ପୂଜାର୍ଚ୍ଚନା କରୁଛନ୍ତି। ମନ୍ଦିର କମିଟିର ମୁଖ୍ୟ ଭଦ୍ରକ ଉପଜିଲ୍ଲାପାଳ ପିତାମ୍ବର ମାମଲଙ୍କ ନିର୍ଦେଶ ଅନୁଯାୟୀ ଏଠାରେ ଶାନ୍ତି ଶୃଙ୍ଖଳାର ଶହ ଦୁଇ ଦିନ ହେଲା ପୂଜା କାର୍ଯ୍ୟ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe