ଭୁବନେଶ୍ୱରରେ ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା ପ୍ରସଙ୍ଗରେ ନିଜ ଆଡ଼ୁ ତଦନ୍ତ କରିବ ଭିନ୍ନକ୍ଷମ କମିସନ

Advertisment
ଭୁବନେଶ୍ୱରରେ ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା ପ୍ରସଙ୍ଗରେ ନିଜ ଆଡ଼ୁ ତଦନ୍ତ କରିବ ଭିନ୍ନକ୍ଷମ କମିସନ

image source-ani

ଭୁବନେଶ୍ୱର: ଭୁବନେଶ୍ୱରରେ ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା ପ୍ରସଙ୍ଗରେ ଭିନ୍ନକ୍ଷମ କମିସନ ଅଧ୍ୟକ୍ଷା ସୁଲୋଚନା ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଘଟଣା ପଦାକୁ ଆସିବା ପରେ, ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ନିର୍ଦେଶ ଦିଆଯାଇଛି। ଆସନ୍ତାକଲି ଘଟଣାସ୍ଥଳକୁ ଯାଇ ଭିନ୍ନକ୍ଷମ କମିସନ ତଦନ୍ତ କରିବେ। ଭିଡିଓରେ କଣ ରହିଛି, ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରିବା ସହ, ଅଭିଯୁକ୍ତଙ୍କୁ ତଦନ୍ତ ଘେରକୁ ଅଣାଯିବ ଏବଂ ଦୋଷୀକୁ ଦଣ୍ଡ ପାଇବେ ବୋଲି ବି ସେ କହିଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ କଥା। କମିସନଙ୍କ ପାଖରେ କେହି ଅଭିଯୋଗ କରିନାହାନ୍ତି, କିନ୍ତୁ ଏହି ଘଟଣାକୁ ନିଜ ଆଡ଼ୁ ଗ୍ରହଣ କରିଛନ୍ତି କମିସନ। ଭିନ୍ନକ୍ଷମଙ୍କୁ ଶୋଷଣ କରିବାରେ କାହାର ଅଧିକାର ନାହିଁ। ଦିବ୍ୟାଙ୍ଗଙ୍କ ସୁରକ୍ଷା କମିସନଙ୍କ ଦାୟିତ୍ୱ ବୋଲି କହିଲେ କମିସନ ଅଧ୍ୟକ୍ଷା ସୁଲୋଚନା ଦାସ କହିଛନ୍ତି।

ଯୁବତୀଙ୍କ ଅଭିଯୋଗ ମୁତାବକ, ତାଙ୍କ ଘର ନୂଆପଡ଼ା ଜିଲ୍ଲା ସିନାପାଲ୍ଲୀ ଅଞ୍ଚଳରେ। ସେ ଜଣେ ଦିବ୍ୟାଙ୍ଗ। ୨୦୧୫ ମସିହାରେ ରୋଜଗାର ଚିନ୍ତାରେ ପଳାସପଲ୍ଲୀସ୍ଥିତ ଏହି ସଂସ୍ଥାକୁ ଆସିଥିଲେ। ‘ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ’ରେ ଭିନ୍ନକ୍ଷମ ଯୁବକ ଯୁବତୀମାନେ କମ୍ପ୍ୟୁଟର, ସିଲାଇ ଏବଂ ବିୟୁଟି ପାର୍ଲର ତାଲିମ ନେବାର ବ୍ୟବସ୍ଥା ରହିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପାଇଁ ଅର୍ଥ ପ୍ରଦାନ କରୁଛନ୍ତି। ସେତେବେଳେ କୋଷାଧ୍ୟକ୍ଷ ଥିବା ସୁରେଶ ବେହେରାଙ୍କୁ ସାକ୍ଷାତ କରିଥିଲେ। ବିୟୁଟି ପାର୍ଲର ଇନ୍‌ଷ୍ଟ୍ରକଟର ପଦ ଖାଲି ଅଛି କହି ତାଙ୍କୁ ଚାକିରି ଦିଆଯାଇଥିଲା। ଏଥିପାଇଁ ମାସକୁ ୭ ହଜାର ୨ଶହ ଟଙ୍କା ଦିଆଯିବ ବୋଲି କହାଯାଇଥିଲା। ହେଲେ ପ୍ରାୟ ୬ ମାସ ଧରି ଚାକିରି କରିବା ପରେ ତାଙ୍କୁ ଥରେ ମାତ୍ର ୫ ହଜାର ଟଙ୍କା ଦରମା ଦିଆ ଯାଇଥିଲା। ଏହାପରେ ଆଉ ଦରମା ମିଳି ନ ଥିଲା। ବାରମ୍ବାର ଦରମା ମାଗିଥିଲେ ମଧ୍ୟ ତାଙ୍କୁ ବିଭିନ୍ନ ଲୋଭ ଦେଖାଇ ରଖା ଯାଉଥିଲା।

କରୋନା ସମୟରେ ତାଙ୍କୁ ମାଗଣାରେ ଅଫିସ୍‌ରେ ରହିବାକୁ ଦିଆ ଯାଇଥିଲା। ସେତେବେଳେ ସୁରେଶ ତାଙ୍କୁ ରାତିରେ ଅସଦାଚରଣ କରିଥିଲେ। ଦୁଷ୍କର୍ମ ଉଦ୍ୟମ ମଧ୍ୟ କରିଥିଲେ। ଯୁବତୀ ଜଣକ ଅଫିସରୁ ଯାଇ ସାମନ୍ତରାପୁର ଅଞ୍ଚଳରେ ରହୁଥିଲେ ମଧ୍ୟ ସେଠାରେ ପହଞ୍ଚି ସୁରେଶ ଦୁର୍ବବ୍ୟବହାର କରିଥିଲେ। ଏ ନେଇ ଯୁବତୀ ଜଣକ ଅଭିଯୋଗ କରିବାକୁ ଚାହିଁବାରୁ ସୁରେଶ ତାଙ୍କୁ ହତ୍ୟା ଧମକ ଦେଇଥିଲେ। ସେବେଠାରୁ ସେ ଭୟଭୀତ ହୋଇ ରହିଥିଲେ। ଗତ ନଭେମ୍ବର ମାସରେ ଦରମା ମାଗିବାରୁ ସୁରେଶ ତାଙ୍କୁ ଆକ୍ରମଣ କରିଥିଲେ। ଏଣୁ ସେ ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଥିଲେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe