ମଂଗଳପୁର ସମବାୟ ସମିତିରେ ଚଢଉ ଘଟଣା : ଇସ୍ତଫା ଦେଇ ବିଷ ପିଇଲେ ସଭାପତି

ମଂଗଳପୁର ସମବାୟ ସମିତିରେ ଚଢଉ ଘଟଣା : ଇସ୍ତଫା ଦେଇ ବିଷ ପିଇଲେ ସଭାପତି

The Standard

ଯାଜପୁର : ମଙ୍ଗଳପୁର ସମବାୟ ସମିତିରେ ଚଢ଼ଉ ଘଟଣା ପରେ ଇସ୍ତଫା ଦେଇ ବିଷ ପିଇଦେଲେ ସଭାପତି ଅଧର ଧଳ। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଦଶରଥପୁର ବ୍ଲକ ମଙ୍ଗଳପୁର ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆସିବା ପରେ ଗତ ୨୧ ତାରିଖରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିଲା। ସମବାୟ ସମିତିର ସଭାପତି ଅଧର ଧଳଙ୍କ ବିରୋଧରେ କାଯାର୍ନୁଷ୍ଠାନପାଇଁ ନିର୍ଦେଶ ଆସିଥିଲା। ମାତ୍ର ୨୫ ତାରିଖରେ ସଭାପତି ଶ୍ରୀ ଧଳ ନିଜ ପଦରୁ ଇସ୍ତଫା ଦେଇଦେଇଥିଲେ। ଆଜି ସକାଳେ ମାନସିକ ଭାରସାମ୍ୟ ହରାଇ ବିଷ ପିଇଦେଇଥିଲେ। ତାଙ୍କୁ ପ୍ରଥମେ ମଂଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଛି। ୨୧ ତାରିଖରେ ଯାଜପୁର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ବିଭାଗୀୟ ଇନସ୍ପେକ୍ଟର ମଣିରଂଜନ ମିଶ୍ର ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୋଗ ଅନୁଯାୟୀ ପୂର୍ବବର୍ଷ ଫାଇଲିନରେ ବ୍ୟାପକ ଧାନ ଏବଂ ପନିପରିବା ନଷ୍ଟ ହୋଇଥିବାରୁ ଚାଷୀମାନଙ୍କୁ କ୍ଷତିପୂରଣ ପାଇଁ ସରକାରଙ୍କ ପକ୍ଷରୁ ସହୟତା ପ୍ରଦାନ କରାଯାଇଥିଲା। ଏହାସହ ବୀମାଧାରୀଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯାଇଥିଲା। ସମବାୟ ସମିତିର ସଭାପତି ଅଧର ଧଳ ଋଣ ପ୍ରଦାନ ସମୟରେ ୧୦ ପ୍ରତିଶତ ଟଙ୍କା କାଟି ରଖିଦେଉଥିବା ଅଭିଯୋଗ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe