ମହାପ୍ରଭୁଙ୍କ ସେବାରେ କୁନି ଦତ୍ତମହାପାତ୍ର ସେବକ

ମହାପ୍ରଭୁଙ୍କ ସେବାରେ କୁନି ଦତ୍ତମହାପାତ୍ର ସେବକ

ପୁରୀ: ମହାପ୍ରଭୁଙ୍କ ସେବାରେ କୁନି ଦତ୍ତ ମହାପାତ୍ର ସେବକ ଭାବେ ଯୋଗ ଦେଇଛନ୍ତି ବାସୁଦେବ ମହାପାତ୍ର। ୧ ବର୍ଷ ଦୁଇ ମାସର ବାସୁଦେବ ଗତକାଲି ଖଡ଼ିପ୍ରସାଦ ବିଜେ ନୀତିରେ ଯୋଗ ଦେବା ସହ ବରିଷ୍ଠ ଦତ୍ତ ମହାପାତ୍ର ସେବକଙ୍କ ସାଙ୍ଗରେ ହବିଷାନ୍ନ ପାଳନ କରିଛନ୍ତି। ମହାପ୍ରଭୁଙ୍କ ସେବା ସଂପନ୍ନ ନହେବା ଯାଏ ସେ ହବିଷାନ୍ନ ପାଳନ କରିବେ। ଦତ୍ତ ମହାପାତ୍ର ସେବକ ସ୍ବର୍ଗତ ଜଗନ୍ନାଥ ଦତ୍ତ ମହାପାତ୍ରଙ୍କ ନାତି ତଥା ଦତ୍ତ ମହାପାତ୍ର ସେବକ ଧନେଶ୍ବର ଦତ୍ତ ମହାପାତ୍ରଙ୍କ ପୁଅ। ପରମ୍ପରା ଅନୁଯାୟୀ ଶାଢ଼ୀ ବନ୍ଧା ନୀତି ସଂପନ୍ନ ପରେ ମହାପ୍ରଭୁଙ୍କ ସେବା କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ବାସୁଦେବ। ଗତକାଲି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଖଡ଼ିପ୍ରସାଦ ରାଜନଅରକୁ ବିଜେ କରିଥିଲା। ଦତ୍ତ ମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଲାଗି ଖଡ଼ିପ୍ରସାଦକୁ ଶୋଭାଯାତ୍ରା ସହକାରେ ରାଜନଅରକୁ ନେଇଥିଲେ। ଏହି ଶୋଭାଯାତ୍ରାରେ କୁନି ଦତ୍ତ ମହାପାତ୍ର ସେବକ ବାସୁଦେବ ଯୋଗ ଦେଇଥିଲେ। ଗତକାଲିଠାରୁ ସେ ଖଡ଼ି ସେବାରେ ନିୟୋଜିତ ହୋଇଛନ୍ତି।

publive-image

ଆକାଶବାଣୀର ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ମହାବାହୁ’
ପୁରୀ: ପବିତ୍ର ରଥଯାତ୍ରା ଅବସରରେ ପୁରୀ ଆକାଶବାଣୀ କେନ୍ଦ୍ର ପକ୍ଷରୁ ପ୍ରସାରିତ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ମହାବାହୁ’। ଘୋଷଯାତ୍ରାଠାରୁ ବାହୁଡ଼ା ପର୍ଯ୍ୟନ୍ତ ପ୍ରତିଦିନ ପୂର୍ବାହ୍ନ ୮ଟା ୪୫ ମିନିଟରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ମହାବାହୁଙ୍କ ସେବାରେ ନିୟୋଜିତ ସେବକମାନଙ୍କର ସେବା ଏବଂ ସେମାନଙ୍କର ଅନୁଭୂତିକୁ ନେଇ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ ‌କରାଯାଇଛି। ଭାବ ଓ ଭକ୍ତି ଉପରେ ଆଧାରିତ ଏହି କାର୍ଯ୍ୟକ୍ରମର ପ୍ରଯୋଜନା ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ନିଷ୍ପାଦକ କଳ୍ପନା ପରିଡ଼ା କରିଥିବା ବେଳେ ପରିକଳ୍ପନା ଓ ଉପସ୍ଥାପନାରେ ରହିଛନ୍ତି ଉଦ୍‌ଘୋଷକ ସିଦ୍ଧାର୍ଥ ରାୟ। କାର୍ଯ୍ୟକ୍ରମକୁ ଶ୍ରୋତାମାନେ ୧୦୩.୪ ଏଫ୍ଏମ୍ ମାଧ୍ୟମରେ ଶୁଣିପାରିବେ ବୋଲି ଆକାଶବାଣୀ ପୁରୀର କେନ୍ଦ୍ର ନିର୍ଦ୍ଦେଶକ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe