ମହିଳାଙ୍କୁ ହତ୍ୟା ପରେ ଯୁବକଙ୍କ ଆତ୍ମହତ୍ୟା ଘଟଣା : ପ୍ରେମିକର ଶବ ହସ୍ତାନ୍ତର, ବାଇକ୍ ସମେତ ଗୁରୁତ୍ବପୂ୍‌ର୍ଣ୍ଣ କାଗଜପତ୍ର ଜବତ

Advertisment
ମାଲବାହୀ ଟ୍ରେନ୍‌ରୁ ଖସି ଯୁବକଙ୍କ ମୃତ୍ୟୁ

The Hans India

ପାତ୍ରପୁର : ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଖାରିଆଗୁଡ଼ା ଫାଣ୍ଡି ଅଧୀନ ପୁହୁଣ୍ଡି ଗ୍ରାମରେ ପରକୀୟା ପ୍ରୀତିର କରୁଣ ପରିଣତି ଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଥିଲା। ବିଜୟ ଗୌଡ଼ଙ୍କ ପତ୍ନୀ ଲକ୍ଷ୍ମୀ (୩୭)ଙ୍କୁ ପ୍ରଥମେ ଗଳା କାଟି ହତ୍ୟା କରି କେ.ନୂଆଗାଁ ଥାନା ପତିଗୋବିନ୍ଦପୁର ଗ୍ରାମର ତ୍ରିନାଥ ପତିଙ୍କ ପୁତ୍ର ଅମର (୨୮) ଆତ୍ମହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ଅମର ଆନ୍ଧ୍ରପ୍ରଦେଶ ଇଚ୍ଛାପୁରରେ ଟ୍ରେନ୍ ଆଗକୁ ଡେଇଁ ପଡ଼ି ଆତ୍ମହତ୍ୟା କରିଥିଲେ। ଆଜି ପଲାସା ଜିଆରପି ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାରବର୍ଗକୁ ହସ୍ତାନ୍ତର କରିଛି। ଗତକାଲି ରାତିରେ ଲକ୍ଷ୍ମୀଙ୍କ ଶବ ସଂସ୍କାର ସଂପନ୍ନ ହୋଇଥିଲା।  ଜିଆରପି ପୁଲିସ ଶବ ନିକଟରୁ ବାଇକ୍ ସହିତ କିଛି ଗୁରୁତ୍ବପୁର୍ଣ୍ଣ କାଗଜପତ୍ର ଜବତ କରିଥିବା ଜରଡ଼ା ଥାନାଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ପ୍ରକାଶ କରିଛନ୍ତି। ଏହାସହ ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଛି।

ତେବେ ଅମରଙ୍କ ମୃତ୍ୟୁ ପରେ ପତିଗୋବିନ୍ଦପୁର ସ୍ତବ୍ଧ ପାଲଟିଛି। ମୃତକ ଲକ୍ଷ୍ମୀ ପୁହୁଣ୍ତି ଗ୍ରାମର ବିଜୟଙ୍କୁ ୨୨ ବର୍ଷ ତଳେ ବିବାହ କରଥିଲେ। ତାଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି। କିନ୍ତୁ ଲକ୍ଷ୍ମୀ ଓ ଅମରଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଉଭୟଙ୍କ ସମ୍ପର୍କ ଜଣାପଡ଼ିବା ପରେ ପରିବାରବର୍ଗ ଲକ୍ଷ୍ମୀଙ୍କୁ ତାଗିଦ୍‌ କରିଥିଲେ। ସେହିଭଳି ଅମରଙ୍କୁ ମଧ୍ୟ ତାଙ୍କ ପରିବାରବର୍ଗ ତାଗିଦ୍‌ କରିଥିଲେ। ଲକ୍ଷ୍ମୀ ମୋବାଇଲ୍ ବନ୍ଦ କରିଦେଇଥିଲେ। ଉଭୟଙ୍କ ମିଳାମିଶାରେ ପ୍ରତିବନ୍ଧକ ଲାଗିଥିଲା। ଏହା ଅମରଙ୍କ ହୃଦୟକୁ ଗଭୀର ଆଘାତ ଦେଇଥିଲା।

ଅମର ଭାବାବେଗରେ ଲକ୍ଷ୍ମୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ଇଚ୍ଛାପୁର  ଷ୍ଟେସନ୍ ନିକଟରେ ଏକ ଚଳନ୍ତା ଟ୍ରେନ୍ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଟ୍ରେନ୍ ଡ୍ରାଇଭର୍ ଏସଂକ୍ରାନ୍ତରେ ସ୍ପଷ୍ଟୀକରଣରେ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe