ମହେନ୍ଦ୍ରଗିରିକୁ ଜୈବ ମଣ୍ଡଳ ମାନ୍ୟତା,  ଗଜପତି ଜିଲ୍ଲାବାସୀଙ୍କ ସ୍ବାଗତ  

Advertisment
ମହେନ୍ଦ୍ରଗିରିକୁ ଜୈବ ମଣ୍ଡଳ ମାନ୍ୟତା,  ଗଜପତି ଜିଲ୍ଲାବାସୀଙ୍କ ସ୍ବାଗତ  

ପାରଳାଖେମୁଣ୍ଡି :  ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର  ସରକାର ଅନୁମୋଦନ କରି ଐତିହାସିକ, ପୌରାଣିକ, ପ୍ରତ୍ନତାତ୍ତ୍ୱିକ ତଥା ପରିବେଶୀୟ ଗୁରୁତ୍ୱ ବହନ କରୁଥିବା ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ ମହେନ୍ଦ୍ରଗିରି ପର୍ବତମାଳାକୁ  ଏକ ଜୈବ ମଣ୍ଡଳ ଭାବେ ଘୋଷଣା କରି ବିଜ୍ଞପ୍ତି ଜାରି କରିଥିବାରୁ ଗଜପତି ଜିଲ୍ଲାରେ ପରିବେଶପ୍ରେମୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ କରାଯିବା ସହ କୃତଜ୍ଞତା ଜଣାଇଛନ୍ତି। ଏହି ଦାବି ପ୍ରାୟ ୩୫ବର୍ଷ ହେଲା ବିଚାରାଧୀନ ଥିଲା। ଏଥିପାଇଁ ୧୯୯୧ ଫେବ୍ରୁଆରିରେ ମହେନ୍ଦ୍ର ପର୍ବତ ଶିଖରେ ଏକ ଆଲୋଚନାଚକ୍ର ତଥା କର୍ମଶାଳା ଓଡ଼ିଶା ପରିବେଶ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପାରଳାଖେମୁଣ୍ଡିର ଦିବଙ୍ଗତ ରାଜା ତଥା ସାଂସଦ ଗୋପିନାଥ ଗଜପତିଙ୍କ ସମେତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଭରତ ପଣ୍ଡା ଯୋଗଦେଇ ମହେନ୍ଦ୍ରଗିରିକୁ ଜୈବ ମଣ୍ଡଳ ଘୋଷଣା କରିବାକୁ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ମଧ୍ୟ ପାରଳାଖେମୁଣ୍ଡି ରାଜବାଟି ଓ ଟାଉନହଲ୍‌ରେ ଏଥିପାଇଁ ଦୁଇଥର ଗୋପିନାଥ ଗଜପତିଙ୍କ ପ୍ରୋତ୍ସାହନରେ ଆଲୋଚନାଚକ୍ର ହୋଇଥିଲା। ଏଥିରେ କେତେକ ସ୍ଥାନୀୟ ସଂଗଠନଙ୍କ ସମେତ ପରିବେଶ ସମିତିର କର୍ମକର୍ତ୍ତା ଓ ସ୍ଥାନୀୟ ବୃଦ୍ଧିଜୀବୀ ଯୋଗଦାନ କରି ଜୈବ ମଣ୍ଡଳ ଦାବିକୁ ଜୋରଦାର କରିଥିଲେ।

ମହେନ୍ଦ୍ରଗିରିକୁ କେନ୍ଦ୍ର ସରକାର ଜୈବ ମଣ୍ଡଳ ଭାବେ ଘୋଷଣା କରିବା ପରେ ଏହା ସମ୍ପର୍କର ନିଜ ମତାମତ ରଖିଛନ୍ତି ସ୍ଥାନୀୟ ବୁଦ୍ଧୀଜୀବୀ । ଏହି ପଦକ୍ଷେପ ସ୍ବାଗତ କରାଯିବା ସହ ଏହାର ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ ରହିଛି ବୋଲି କହିଥିଲେ। ଜୈବ ମଣ୍ଡଳ ସମ୍ପର୍କିତ ନିୟମ କାର୍ଯ୍ୟକାରୀ ହେବା ସହ ଏଠାକାର ତିନିଟି ପ୍ରାଚୀନ ମନ୍ଦିରକୁ ନେଇ ରହିଥିବା ଧାର୍ମିକ ଭାବାବେଗ ପ୍ରତି ଯେଭଳି କୌଣସି ଆଞ୍ଚ ନଆସେ ସେଥିପ୍ରତି ଦୃଷ୍ଟି ଦେବାକୁ ନିବେଦନ କରିଥିଲେ । ଏହା ଜିଲ୍ଲାର ବହୁ ସଂଗଠନ ତରଫରୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ନିବେଦନ କରି ଆସୁଥିବା ବେଳେ ବର୍ତ୍ତମାନ ସରକାରଙ୍କ ପଦକ୍ଷେପ ନେଇ ବେଶ୍‌ ଖୁସି ପ୍ରକଟ କରିଥିବା କହିଛନ୍ତି।

ବିଶ୍ୱରେ ମହେନ୍ଦ୍ରଗିରିରେ ଏଭଳି ୫ଟି ପ୍ରଜାତିର ଗଛ ରହିଛି, ଯାହା ବିଶ୍ୱର ଅନ୍ୟ କୌଣସି ସ୍ଥାନରେ ନାହିଁ। ବିଶ୍ବରେ ଯେତିକି ପ୍ରଜାତିର ଉଦ୍ଭିଦ ଅଛନ୍ତି, ସେଥିରୁ ପ୍ରାୟ ୪୦ ପ୍ରତିଶତ  ଅର୍ଥାତ  ପ୍ରାୟ ୧୩୪୮ ପ୍ରଜାତିର ଉଦ୍ଭିଦ ଓ ୩୮୮ ପ୍ରଜାତିର ପ୍ରାଣୀ ମହେନ୍ଦ୍ରଗିରି ପର୍ବତରେ ରହିଛି। ସେଥି ମଧ୍ୟରୁ  ୧୦୪୨ ପ୍ରଜାତିର ସପୁଷ୍ପୀ ଉଦ୍ଭିଦ, ୧୧୦ ପ୍ରଜାତିର ଫର୍ନ ଜାତୀୟ, ୬୦ ପ୍ରଜାତିର ଶିଉଳି ଜାତୀୟ, ୫୩ ପ୍ରଜାତିର ଫୁରଫୁରି,  ୭୨ ପ୍ରଜାତିର ଛତୁ ଜାତୀୟ ଉଦ୍ଭିଦ ଓ ୨ଟି ପ୍ରଜାତିର ନଗ୍ନବିଜୀ ଉଦ୍ଭିଦ  ପ୍ରଜାତିର  ରହିଛି। ପ୍ରାଣୀ ମଧ୍ୟରେ  ୧୬୫ ପ୍ରଜାତିର ପକ୍ଷୀ, ୬୦ ପ୍ରଜାତିର ସରୀସୃପ, ୨୩ ପ୍ରଜାତିର ସାପ, ୧୫ ପ୍ରଜାତିର ବେଙ୍ଗ, ୩ ପ୍ରଜାତିର କଇଁଛ, ୧୯ ପ୍ରଜାତିର ଝିଟିପିଟି, ୧୦୦ ପ୍ରଜାତିର ପ୍ରଜାପତି ଓ ୨୭ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe