ମେ’ ୧୦ରୁ ‘ଏସ୍‌ସିବି’ର ଓପିଡିରେ ରୋଗୀଙ୍କ ପାଇଁ ହେବ୍‌ ଅନ୍‌ଲାଇନ୍‌ ଟିକେଟ୍‌ ବୁକିଂ ବ୍ୟବସ୍ଥା

Advertisment
ଏସ୍‌ସିବିରେ କାଡାଭରିକ୍‌ ପ୍ରତିରୋପଣ

Worldorgs.com

କଟକ: ମେ’ ୧୦ତାରିଖରୁ କଟକର ଏସ୍‌ସିବି ‌ବଡ଼ ମେଡିକାଲ ଆଉଟଡୋର୍‌ (ଓପିଡି)ରେ ରୋଗୀ ଦେଖାଇବା ପାଇଁ ଆରମ୍ଭ ହେବ ଅନ୍‌ଲାଇନ୍‌ ଟିକେଟ୍ ବୁକିଂ ବ୍ୟବସ୍ଥା। ଏଥି ପାଇଁ www.eswasthya.odisha.gov.in ପୋର୍ଟାଲକୁ ଯାଇ ଅନ୍‌ଲାଇନ୍‌ ମାଧ୍ୟମରେ ଓପିଡି ଟିକେଟ୍‌ ରେଜିଷ୍ଟ୍ରେସନ୍‌ର ସୁବିଧା ପାଇପାଇ ପାରିବେ ଦୂରଦୂରାନ୍ତରୁ ଆସୁଥିବା ରୋଗୀ। ଏହି ବ୍ୟବସ୍ଥା ସଂପର୍କରେ ଏସ୍‌ସିବି ରେଜିଷ୍ଟ୍ରାର (ଆଡ୍‌ମିନିଷ୍ଟ୍ରେସନ୍‌) ଡକ୍ଟର ଅବିନାଶ ରାଉତ ସୂଚନା ଦେଇଛନ୍ତି। କଟକ ବଡ଼ ମେଡିକାଲରେ ଡାକ୍ତରଙ୍କ ପରାମର୍ଶ ନେବାକୁ ଆସୁଥିବା ରୋଗୀ ଗୁରୁତର ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଦୂରଦୂରାନ୍ତରୁ ଆସି ଏଠାରେ ଲମ୍ବା ଲାଇନ୍‌ରେ ଅପେକ୍ଷା କରିବାକୁ ପଡେ। ରାତି ଅଧରୁ ବି ଟିକେଟ କାଟିବାକୁ କାଉଣ୍ଟର ଆଗରେ ଧାଡ଼ି ଦିଆଯିବା ଦୃଶ୍ୟ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହି ଆସିଛି। ବର୍ତ୍ତମାନ ହେବାକୁ ଯାଉଥିବା ଅନଲାଇନ୍ ଟିକେଟ୍ ବୁକିଂ ବ୍ୟବସ୍ଥା ଏହି ସମସ୍ୟାର ସମାଧାନ କରିବ ବୋଲି ଆଶା କରାଯାଉଛି।

ରୋଗୀ ଅନଲାଇନ୍ ମାଧ୍ୟମରେ ନିଜ ଟିକେଟ୍ ବୁକିଂ କରିପାରିବେ ଏବଂ ରୋଗୀର ସୁବିଧା ଅନୁଯାୟୀ ଯେ କୌଣସି  ସ୍ଥାନରୁ ଏହାର ପ୍ରିଣ୍ଟ୍ ବାହାର କରିପାରିବେ । ଓଇଏଚ୍‌ଏମ୍‌ଆଇଏସ୍‌ (OeHMIS) ପ୍ରକଳ୍ପ ମାଧ୍ୟମରେ ଏହି ସୁବିଧା ଯୋଗାଇ ଦିଆଯିବ ଓ ସିଡାକ୍‌ ମାଧ୍ୟମରେ ଏହାର ରକ୍ଷଣାବେକ୍ଷଣ କରାଯିବ। ଏସ୍‌ସିବି କର୍ତ୍ତୃପକ୍ଷ ମଧ୍ୟ ମୋବାଇଲ୍ ଆପ୍ଲିକେସନ୍ ପ୍ରଦାନ କରିବାକୁ ଯାଉଛନ୍ତି। ଏବଂ ଏହି ସୁବିଧା ରୋଗୀଙ୍କ ପାଇଁ ସୁବିଧା ହେବ ବୋଲି ଡକ୍ଟର ରାଉତ୍‌ ସୂଚନା ଦେଇଛନ୍ତି। ରୋଗୀ ଯେ କୌଣସି ବିଭାଗର ଡାକ୍ତରଙ୍କୁ ଦେଖାଇବା ପାଇଁ ଅନଲାଇନ୍ ପଂଜୀକରଣ କରି ପାରିବେ। ଅନ୍ୟପଟେ ଅଫ୍‌ଲାଇନ୍‌ ବ୍ୟବସ୍ଥା ପୂର୍ବଭଳି ଜାରି ରହିବ ବୋଲି ଡକ୍ଟର ରାଉତ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe