ଯୁବକକୁ ପିଟିପିଟି ହତ୍ୟା କଲେ ସମ୍ପର୍କୀୟ

Advertisment
ଭୋଗରାଇରେ ଅନର୍‌କିଲିଂ ଉଦ୍ୟମ : ରାତିଅଧରେ ଗର୍ଭବତୀ ଝିଅ, ଜ୍ୱାଇଁଙ୍କୁ ପ୍ରାଣାନ୍ତକ ଆକ୍ରମଣ

The Hans India

ଆସିକା : ଗଞ୍ଜାମ ଜିଲ୍ଲା ଆସିକା ଥାନା ବଜ୍ରକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସାଇକେଲ୍‌ ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ ତାଙ୍କ ସମ୍ପର୍କୀୟମାନେ ପିଟିପିଟି ହତ୍ୟା କରିଛନ୍ତି।

ମୃତ ଯୁବକ ହେଲେ ଟୁକୁନା ନାହାକ। ସୂଚନା ଅନୁସାରେ, ଟୁକୁନା ଓ ତାଙ୍କ ବଡ଼ବାପା ଅର୍ଶୁଲୁ ଭିତରେ ପୂର୍ବରୁ ବିବାଦ ଲାଗି ରହିଥିଲା। ଗତ ଶୁକ୍ରବାର ସନ୍ଧ୍ୟାରେ ଟୁକୁନାଙ୍କ ବଡ଼ବାପା ଅର୍ଶୁଲୁଙ୍କ ସାଇକେଲ ଚୋରି ହୋଇ ହୋଇଯାଇଥିଲା। ଟୁକୁନା ଚୋରି କରିଥିବା ସନ୍ଦେହ କରି ଅର୍ଶୁଲୁ ଓ ତାଙ୍କ ପତ୍ନୀ ଦୈନୀ ଓ ପୁଅ ଦୀପକ ସଂଘବଦ୍ଧ ଭାବେ ଲୁହାଛଡ଼ରେ ବାରମ୍ବାର ପିଟିଥିଲେ। ଟୁକୁନାଙ୍କୁ ଗୁରୁତର ଅବସ୍ଥାରେ ଆସିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। କିନ୍ତୁ, ଡାକ୍ତର ସେଠ‌ାରେ ମୃତ ଘୋଷଣା କରିଥିଲେ।

ପୁଲିସ୍‌ ତଦନ୍ତ କରିବା ସହିତ ଘଟଣାରେ ସଂପୃକ୍ତ ଅର୍ଶୁଲୁ ନାହାକ, ବଡ଼ମା’ ଦୈନୀ ନାହାକ ଓ ଭାଇ ଦୀପକ ନାହାକକୁ ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଛି। ହତ୍ୟାରେ ବ୍ୟବହୃତ ଲୁହାଛଡ଼ ଜବତ ସହ ଏନେଇ ଥାନାରେ କେସ ନମ୍ବର ୨୭୩ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe