ଯୁବକଙ୍କୁ ହତ୍ୟା ଉଦ୍ୟମ, ଜଣେ କୋର୍ଟଚାଲାଣ

Advertisment
ଯୁବକଙ୍କୁ ପଥରେ ଛେଚି ହତ୍ୟା, ୩ ଗିରଫ

myjournalcourier.com

ଥୁଆମୂଳ ରାମପୁର: କାନ୍ଦୁଲ ଫସଲକୁ ବଳଦ ପଲ ନଷ୍ଟ କରିବାକୁ କେନ୍ଦ୍ର କରି ଉତ୍ୟକ୍ତ ହୋଇ ଜଣେ ଚାଷୀ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ସିନ୍ଧିପଦର ପଞ୍ଚାୟତ ଅଧୀନ ଟେଭାକଲମ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ଗାଁର ରୁପା ମାଝୀ ନାମକ ୬୦ ବର୍ଷୀୟ ବୃଦ୍ଧ ଗାଁ ନିକଟ ଏକ ପାହାଡ଼ରେ କାନ୍ଦୁଲ ଫସଲ ଚାଷ କରିଛନ୍ତି। ପ୍ରତିଦିନ କିଛି ବଳଦ ପଲ ଖାଦ୍ୟ ଅନ୍ବେଷଣରେ ଆସି ଫସଲ ନଷ୍ଟ କରୁଥିଲେ। ଚାଷୀ ଜଣକ ବାରମ୍ବାର ବଳଦ ମାଲିକଙ୍କୁ ତାଗିଦ କରି କୌଣସି ଫଳ ନପାଇବାରୁ ବଳଦ ମାଲିକଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲେ। ଆହତ ଯୁବକ ଜଣକ ଗୋପାଳପୁର ପଞ୍ଚାୟତ ଲହରାଯୋର ଗ୍ରାମର ଅମିନ ଗଉଡ଼ (୩୫ ବର୍ଷ) ବୋଲି ଜଣାପଡ଼ିଛି। ଥୁଆମୂଳ ରାମପୁର ଥାନାରେ ଅମିନଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ଅଭିଯୁକ୍ତ ରୁପା ମାଝୀଙ୍କୁ ପୁଲିସ କୋର୍ଟଚାଲାଣ କରିଛି। ଏନେଇ ଥାନା ଅଧିକାରୀ ଗୋବିନ୍ଦ ମାଝୀ ସୂଚନା ଦେଇଛନ୍ତି। ଗୁରୁତର ଅବସ୍ଥାରେ ବର୍ତ୍ତମାନ ଅମିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe