ପୁରୀ: ରଥଯାତ୍ରା ପାଖେଇ ଆସୁଥିବା ବେଳେ ରଥ ନିର୍ମାଣ କାମ ଜୋରସୋରରେ ଚାଲିଛି। ବିଶ୍ବକର୍ମାମାନେ ଆଜି ତିନି ରଥରେ ଛନ୍ଦା ଗୟଳ ମୋଡ଼ିଛନ୍ତି। ୨ଟି ଲେଖା ଛନ୍ଦା ଗୟଳ ତିନି ରଥରେ ମୋଡ଼ା ହୋଇଛି। ବାକି ଛନ୍ଦା ଗୟଳ କାମ ଆଗେଇ ଚାଲିଛି। ସେପଟେ ଚଉପଟ କାମ ବି ତ୍ବରାନ୍ବିତ ହୋଇଛି। ଚିତ୍ରକର ସେବକମାନେ ପଟା ଗୁଜ କାମ ଜୋରସୋରରେ ଚଳାଇଛନ୍ତି। ଆଜି ନନ୍ଦିଘୋଷ ଓ ତାଳଧ୍ବଜ ରଥର ୧୨ଟି ଲେଖା ପଟା ଗୁଜ କାମ ସରିଥିବା ବେଳେ ଦର୍ପଦଳନ ରଥର ୮ଟି ପଟା ଗୁଜ କାମ ସରିଛି। ପଟା ଗୁଜ ପରେ ସିଂହାସନ ଓ ନାଟଗୁଡ଼ୁ କାମ ଆରମ୍ଭ ହେବ। ଆମ୍ବ ଡାଳି, ପଦ୍ମ ପାଖୁଡ଼ା ଆଦି ସିଂହାସନରେ ଖୋଦେଇ କରାଯିବ। କମାର ଶାଳରେ ଲୁହା କଣ୍ଟା ବି ପ୍ରସ୍ତୁତ ଚାଲିଛି। ଓଝା ସେବକମାନେ ଗୟଳ ଓ ଜୋଖା କଣ୍ଟା କାମ ଆଗେଇ ନେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us