ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଜି ୬ ଦିନରେ ପହଞ୍ଚିଛି। ଷଷ୍ଠ ଦିନରେ ତୁମ୍ବ ବିନ୍ଧ ଅନୁକୂଳ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଆଜି ତିନିରଥର ମୁଖ୍ୟ ମହାରଣାମାନେ ନାହାକା ତୁମ୍ବରେ ମାହାର୍ଦ୍ଦ ରଖି ନଡ଼ିଆ ବାଡ଼େଇ ଅନୁକୂଳ ପୂଜା ପରେ ତୁମ୍ବଗୁଡ଼ିକରେ ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଜି ନିର୍ମାଣ କାର୍ଯ୍ୟ ଶେଷ ସୁଦ୍ଧା ତିନି ରଥର ୮ ଯୋଡ଼ାରୁ ଅଧିକ ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ଆଜି ତିନିରଥର ୪୨ଟି ତୁମ୍ବରେ ସୁତା ବାଡ଼ିଆ କାର୍ଯ୍ୟ ବି ଶେଷ ହୋଇଛି। କରତି ସେବକମାନେ ତିନି ରଥର ଗୋଟିଏ ଲେଖାଏଁ ତୁମ୍ବର ଘେର କାଟି ଯୋଗାଇ ଦେଇଛନ୍ତି। ଦୋଳବେଦି ଅସ୍ଥାୟୀ କମାର ଶାଳରେ ତିନିରଥର ଓଝା ସେବକମାନେ ଲୁହା ରଡ୍ କାଟି ଅର କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଆଜି ରଥ ନିର୍ମାଣ କାର୍ଯ୍ୟରେ ୧୦୬ଜଣ ସେବକ ନିୟୋଜିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us