ରଥଯାତ୍ରା ବନ୍ଦ ପାଇଁ ମାମଲା କରିନୁ: ଭାରତ ବିକାଶ ପରିଷଦ

ରଥଯାତ୍ରା ବନ୍ଦ ପାଇଁ ମାମଲା କରିନୁ: ଭାରତ ବିକାଶ ପରିଷଦ

image source-new india express

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ସୋସିଆଲ ମିଡିଆରେ ଏହି ଖବରକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଏହି ମାମଲାରେ ଭାରତ ବିକାଶ ପରିଷଦର ଭୂମିକା ରହିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ପରିଷଦ ଏହାକୁ ଖଣ୍ଡନ କରିଛି।

ହାଇକୋର୍ଟରେ ପରିଷଦ କୌଣସି ମାମଲା ରୁଜୁ କରି ନଥିବା କହିଛି। ତେଣୁ ପରିଷଦ ପ୍ରତି କୌଣସି ଭ୍ରାନ୍ତ ଧାରଣା ସୃଷ୍ଟି କରାନଯାଉ ବୋଲି ଏହାର ପୂର୍ବ କ୍ଷେତ୍ର ରାଷ୍ଟ୍ରୀୟ ସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି। ସେ କହିଛନ୍ତି, ଭାରତ ବିକାଶ ପରିଷଦ ଏକ ରାଷ୍ଟ୍ରୀୟ ସଂଗଠନ। ଓଡ଼ିଶାରେ ଏହାର ୨୩ଟି ଶାଖା ସମେତ ସମଗ୍ର ଭାରତରେ ଥିବା ୧୫ ଶହଟି ଶାଖା ମାଧ୍ୟମରେ ସଂସ୍କାରମୂଳକ ସେବା କାର୍ଯ୍ୟ କରାଯାଇଥାଏ। ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ରଥଯାତ୍ରା ବନ୍ଦ କରିବା ପାଇଁ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଦ୍ବାରା ଏକ ମାମଲା ହାଇକୋର୍ଟରେ ଦାୟର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe