ରାଜ୍ୟ ସରକାର କରୋନା ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି: ଡିଏମଇଟି

Advertisment
ରାଜ୍ୟ ସରକାର କରୋନା ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି: ଡିଏମଇଟି

ଭୁବନେଶ୍ବର: କରୋନାର ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହର ଭାରତ ଉପରେ ଅଧିକା ପ୍ରଭାବ ପକାଇଥିଲା। ସେହିପରି ଏବେ ପୁଣି ତୃତୀୟ ଲହର ଆସିବ ବୋଲି କୁହାଯାଉଛି। ଯାହାକି ଆଧିକ ସାଂଘାତିକ ହେବ ବୋଲି ଅନୁମାନ କରାଯାଉଛି।

ତେବେ କରୋନା ତୃତୀୟ ଲହରକୁ ନେଇ ଡିଏମଇଟି ସୂଚନା ଦେଇ କହିଛନ୍ତି, ଏମିତି ବହୁତ ସଂକ୍ରମଣର ଅନେକ ଗୁଡିଏ ୱେଭ ଆସିବାର ନଜର ରହିଛି । ମାତ୍ର ଥାର୍ଡ ୱେଭ କେବେ ଆସିବ ଓ ଏହାର ପ୍ରଭାବ କେମିତି ରହିବ ତାହା କହିବା ଅସମ୍ଭବ । ତଥାପି ରାଜ୍ୟ ସରକାର ତୃତୀୟ ୱେଭ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଭିତ୍ତିଭୂମି, ଅକ୍ସିଜେନ, ମେଡ଼ିସିନ, ସବୁ କିଛି ମହଜୁଦ ରହିଛି ।

ଅନ୍ୟ ରାଜ୍ୟ ପରି ଆମ ରାଜ୍ୟର ଅନେକ ଜିଲ୍ଲାରେ କୋରନା କୋପ କମିବାର ଧାରା ଆରମ୍ଭ ହୋଇଛି । ଆମେ ଆଶା କରିବା ଏହି ଧାରା ବଜାୟ ରହୁ । ବିଗତ ଦିନରେ ବଢିଥିବା ସଂକ୍ରମଣ ମାମଲା ଯୋଗୁ ବର୍ତ୍ତମାନ ମୃତ୍ୟୁ ମାମଲା  ବଢୁଛି । ପୂର୍ବରୁ ମେଡ଼ିକାଲରେ ଆଡ଼ମିଟ ହୋଇଥିବା କିଛି କ୍ରିଟିକାଲ ପେସେଣ୍ଟର ଡେଥ ହେଉଛି । ମାତ୍ର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ରହିଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe