ରାଜ୍ୟରେ ୩୦୩୧ ନୂଆ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୮୧

Advertisment
ଦେଶର କେତେକ ଜିଲ୍ଲାରେ କରୋନା ସ୍ଥିତି ଚିନ୍ତାଜନକ ରହିଛି : ଗୃହ ମନ୍ତ୍ରାଳୟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦୩୧  ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୭୩୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୨୯୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୨୧ ଜଣ, ବାଲେଶ୍ୱରରୁ ୨୯୦ ଜଣ, ବରଗଡ଼ରୁ ୩୯ ଜଣ, ଭଦ୍ରକରୁ ୧୩୫ ଜଣ, ବଲାଙ୍ଗୀରରୁ ୩୦ ଜଣ, ବୌଦ୍ଧରୁ ୪୦ ଜଣ, କଟକରୁ ୨୯୫ ଜଣ, ଦେବଗଡ଼ରୁ ୧୧ ଜଣ, ଢେଙ୍କାନାଳରୁ ୯୦ ଜଣ, ଗଜପତିରୁ ୨୫ ଜଣ, ଗଞ୍ଜାମରୁ ୨୬ ଜଣ, ଜଗତସିଂହପୁରରୁ ୧୦୭ ଜଣ, ଯାଜପୁରରୁ ୨୨୬ ଜଣ, ଝାରସୁଗୁଡ଼ାରୁ ୧୭ ଜଣ, କଳାହାଣ୍ଡିରୁ ୩୯ ଜଣ, କନ୍ଧମାଳରୁ ୩୮ ଜଣ, କେନ୍ଦ୍ରାପଡ଼ାରୁ ୧୧୮ ଜଣ, କେନ୍ଦୁଝରରୁ ୬୮ ଜଣ, କୋରାପୁଟରୁ ୬୮ ଜଣ, ମାଲକାନଗିରିରୁ ୪୩ ଜଣ, ମୟୁରଭଞ୍ଜରୁ ୧୬୭ ଜଣ, ନବରଙ୍ଗପୁରରୁ ୬୩ ଜଣ, ନୟାଗଡ଼ରୁ ୧୪୦ ଜଣ, ନୂଆପଡ଼ାରୁ ୨୦ ଜଣ, ପୁରୀରୁ ୧୮୦ ଜଣ, ରାୟଗଡ଼ାରୁ ୪୪ ଜଣ, ସମ୍ୱଲପୁରରୁ ୩୦ ଜଣ, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୮୦ ଓ ଷ୍ଟେଟ ପୁଲରୁ ୭୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ୟ୍ୟନ୍ତ ରାଜ୍ୟରେ ୮୮୦୫୩୩  ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୮୪୦୨୧୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୩୬୬୩୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଗତ ୨୪ ଘଣ୍ଟାରେ ୫୦୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe