ରେଳପଥ ବିଜେବି ପ୍ରତିଷ୍ଠାନ ନବୀକରଣ ପ୍ରେକ୍ଷାଳୟ ଉଦ୍‌ଘାଟିତ

Advertisment
ରେଳପଥ ବିଜେବି ପ୍ରତିଷ୍ଠାନ ନବୀକରଣ ପ୍ରେକ୍ଷାଳୟ ଉଦ୍‌ଘାଟିତ

ଜଟଣୀ: ଜଟଣୀ ଖୋର୍ଧାରୋଡ୍‌ ରେଳମଣ୍ଡଳ ଅଧୀନ ଜଟଣୀ ରେଳ ଷ୍ଟେସନ୍‌ ନିକଟରେ ଥିବା ୧୦୨ବର୍ଷର ପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ପ୍ରତିଷ୍ଠାନର ନବୀକରଣ ହୋଇଥିବା ପ୍ରେକ୍ଷାଳୟ ଉଦ୍‌ଘାଟିତ ହୋଇଯାଇଛି। ରେଳ କର୍ମଚାରୀମାନଙ୍କ ଆମୋଦ ପ୍ରମୋଦ ନିମନ୍ତେ ୧୯୧୫ ମସିହାରେ ପ୍ରତିଷ୍ଠିତ ଏହି ପ୍ରତିଷ୍ଠାନକୁ ମଣ୍ଡଳ ରେଳ ପ୍ରବନ୍ଧକ ବ୍ରଜମୋହନ ଅଗ୍ରୱାଲ, ଅତିରିକ୍ତ ରେଳମଣ୍ଡଳ ପ୍ରବନ୍ଧକ ଶକ୍ତିପ୍ରସାଦ ଦ୍ୱିବେଦୀ, ବରିଷ୍ଠ କାର୍ମିକ ଅଧିକାରୀ ତଥା ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ଏଲ୍‌ଭିଏସ୍‌ଏସ୍‌ ପାତୃଡ଼ୁ, ପୂର୍ବତଟ ରେଳପଥ ଶ୍ରମିକ ୟୁନିୟନ୍‌ର ସାଧାରଣ ସଂପାଦକ ପ୍ରଦୀପ୍ତବାବୁ ପାଟ୍ଟସାଣୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତିଷ୍ଠାନର ଉପସଭାପତି ସଚ୍ଚିଦାନନ୍ଦ ରାଉତ ଓ ସଂପାଦକ ଗୌରୀଶଙ୍କର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe