Holiday Landmark
ବ୍ରହ୍ମପୁର / ଦିଗପହଣ୍ଡି / ପାତ୍ରପୁର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ଷା ଫଳରେ ଗଞ୍ଜାମ ଜିଲ୍ଲାର ଦୁଇ ପ୍ରମୁଖ ଜଳଭଣ୍ଡାର ବାଘଲଟି ଓ ଘୋଡ଼ାହାଡ଼ରେ ଜଳସ୍ତର ବୃଦ୍ଧି ପାଇବାରୁ ନଦୀକୁ ବନ୍ୟା ଜଳ ଛଡ଼ା ଯାଇଛି। ବାଘଲଟିରୁ ୩ଟି ଗେଟ୍ ଦେଇ ବାହୁଦା ନଦୀକୁ ଜଳ ଛଡ଼ାଯାଉଥିବା ବେଳେ ଘୋଡ଼ାହାଡ଼ରୁ ଗୋଟିଏ ସ୍ପିଲ ୱେ ଗେଟ୍ ଦେଇ ନଦୀକୁ ବନ୍ୟାଜଳ ଛଡ଼ାଯାଉଛି। ପାତ୍ରପୁର ତହସିଲ ବାଘଲଟି ମଧ୍ୟମ ଜଳସେଚନ ପ୍ରକଳ୍ପରୁ ନଦୀକୁ ପାଣି ଛଡ଼ାଯିବା ଫଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ସେହିପରି ଆଜି ସକାଳ ୯ଟାରୁ ଦିଗପହଣ୍ଡି ବ୍ଲକ୍ ଖମାରୀ ଗାଁ ନିକଟ ଘୋଡାହାଡ଼ ଡ୍ୟାମରୁ ଗୋଟିଏ ସ୍ପିଲ୍ ୱେ ଗେଟ୍ ଦେଇ ନଦୀକୁ ଜଳ ଛଡ଼ାଯାଇଛି। ଘୋଡାହାଡ଼ ଓ ବାହୁଦୀ ନଦୀ ତଟବର୍ତ୍ତୀ ଗାଁ ଗୁଡ଼ିକରେ ଜଳସମ୍ପଦ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଜିଲ୍ଲାର ଧନେଇ ଡ୍ୟାମ୍ ଭର୍ତ୍ତି ହୋଇଯାଇଥିବା ବେଳେ ଉଛୁଳା ପାଣି ନଦୀକୁ ଯାଉଛି। ଜିଲ୍ଲାର ପ୍ରମୁଖ ଋଷିକୁଲ୍ୟା ନଦୀର ଜଳସ୍ତର ସୋରଡ଼ାରେ ବିପଦ ସଂକେତ ୮୧.୯୯ ମିଟର୍ ରହିଥିବା ବେଳେ ଆଜିର ଜଳସ୍ତର ୮୦.୪୫ ମିଟର୍ ରହିଛି।
Follow Us