ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର କଡ଼ା ନିର୍ଦ୍ଦେଶ: ଅନୁମତି ମିଳିବା ପରେ ଆନ୍ତଃଜିଲ୍ଲା ପାସ୍‌ ପ୍ରଦାନ କରାଯିବ

Advertisment
ଏଥରକ ବିଧାନସଭାରେ ଆସିବ ୧୪ଟି ଅଧ୍ୟାଦେଶ ବିଲ୍‌

odishaassembly.nic.in

ଭୁବନେଶ୍ବର: ତାଲାବନ୍ଦ ସମୟରେ ଆନ୍ତଃଜିଲ୍ଲା ଯାତ୍ରା ପାଇଁ ପାସ୍‌ ପ୍ରଦାନ କରିବାକୁ କେନ୍ଦ୍ର ସରକାର ମନା କରିଛନ୍ତି। ଅଥଚ କେତେକ ଜିଲ୍ଲାପାଳ ଏ ନିୟମକୁ ଠିକ୍‌ ରୂପେ ପାଳନ କରୁନଥିବା ସରକାରଙ୍କ ନଜରକୁ ଆସିଛି। ଗୃହ ବିଭାଗର ବିନା ଅନୁମୋଦନରେ କାହାରିକୁ ଏଣିକି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ପାସ୍‌ ପ୍ରଦାନ କରାଯିବନି। ଆଜି ଏପରି ତାଗିଦ୍‌ କରି ଗୃହ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲା ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି।

ପ୍ରକାଶଥାଉକି, ଗୃହ ବିଭାଗରି ନ ନେଇ କେତେକ ଜିଲ୍ଲାର ପୁଲିସ୍‌ ଏସ୍‌ପି ଓ ଡିସିପି ଆନ୍ତଃଜିଲ୍ଲା ପାସ୍‌ ପ୍ରଦାନ କରୁଥିବା ନେଇ ଗତ ସପ୍ତାହରେ ଉଦବେଗ ପ୍ରକାଶ ପାଇଥିଲା। ଏ ନେଇ ଏସ୍‌ପି ଓ ଡିସିପିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଗତ ୨୪ ତାରିଖରେ ଶ୍ରୀମତୀ ବାଲା ପୁଲିସ୍‌ ଡିଜିଙ୍କୁ ଚିଠି ଲେଖିଥିଲେ। ଏବେ ଜିଲ୍ଲାପାଳମାନଙ୍କୁ ସମାନ ନିୟମ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe