ସମବାୟ ବ୍ୟାଙ୍କ ଦୁର୍ନୀତି : ବିଷ୍ଣୁପଦ ସେଠୀଙ୍କୁ ବ୍ୟକ୍ତିଗତ ହାଜର ନୋଟିସ୍

Advertisment
ସମବାୟ ବ୍ୟାଙ୍କ ଦୁର୍ନୀତି : ବିଷ୍ଣୁପଦ ସେଠୀଙ୍କୁ ବ୍ୟକ୍ତିଗତ ହାଜର ନୋଟିସ୍

Allindiajobs.in

ଭୁବନଶ୍ବେର : ଓଡ଼ିଶା ସମବାୟ ବ୍ୟାଙ୍କରେ ବିଭିନ୍ନ ପ୍ରକାର ବିଲ୍‌ ପରିଶୋଧନରେ ଅନିୟମିତତା ଅଭିଯୋଗ ଘଟଣାରେ ବ୍ୟାଙ୍କର ପୂର୍ବତନ ଭାରପ୍ରାପ୍ତ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ବ୍ୟକ୍ତିଗତ ହାଜର ପାଇଁ ଲୋକାୟୁକ୍ତ ନୋଟିସ୍ ଜାରି କରିଛନ୍ତି। ଏହି ମାମଲାର ଶେଷ ଶୁଣାଣି ଆସନ୍ତା ମାସ ୩ ତାରିଖରେ ହେବ ବୋଲି ସୂଚନା ମିଳିଛି।

ସୂଚନା ଅନୁସା‌ରେ, ଶ୍ରୀ ସେଠୀ ସମବାୟ ବ୍ୟାଙ୍କର ଭାରପ୍ରାପ୍ତ ଅଧିକାରୀ ଥିବା ସମୟରେ ପଦବିର ଅପବ୍ୟବହାର କରି ୩ଟି ପର୍ଯ୍ୟାୟରେ ୯ଲକ୍ଷ ୪୬ହଜାର ଟଙ୍କାର ଔଷଧ ବିଲ୍‌ ପରିଶୋଧନରେ ଅନିୟମିତତା କରିଥିବା ଅଭିଯୋଗ ଆଣିଥିଲେ ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାକଳ। ଏହାସହ ବିଭିନ୍ନ ବାଟରେ ସେ ୨୦୧୩-୨୦୧୬ ମସିହା ମଧ୍ୟରେ ଲକ୍ଷାଧିକ ଟଙ୍କା ପ୍ରୋତ୍ସାହନ ରାଶି ବାବଦରେ ନେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ପୂର୍ବରୁ ଏହି ମାମଲାରେ ଶ୍ରୀ ସେଠୀଙ୍କୁ ଲୋକାୟୁକ୍ତଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା। ତେବେ ଆଜି ଏହି ମାମଲାରେ ଚତୁର୍ଥ ଥର ଲାଗି ଶୁଣାଣି ହୋଇଥିଲା। ଏଥିରେ ଶ୍ରୀ ସେଠୀ ନୋଟିସ୍‌ର ଜବାବ ରଖିବା ପରେ ଅଭିଯୋଗକାରୀ ଶ୍ରୀକାନ୍ତ ପାକଳ ମଧ୍ୟ ନିଜର ପ୍ରତ୍ୟୁତ୍ତର ରଖିଥିଲେ। ପରେ ଲୋକାୟୁକ୍ତଙ୍କ ପକ୍ଷରୁ ଶ୍ରୀ ସେଠୀଙ୍କୁ ବ୍ୟକ୍ତିଗତ ହାଜର କିମ୍ବା ଓକିଲ ଜରିଆରେ ହାଜର ହେବା ଲାଗି ନୋଟିସ୍‌ ଜାରି କରାଯାଇଥିବା ଶ୍ରୀ ପାକଳ ସୂଚନା ଦେଇଛନ୍ତି। ଏହି ମାମଲାର ‌ଶେଷ ଶୁଣାଣି ଆସନ୍ତା ମାସ ୩ ତାରିଖରେ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe