ସାଇକଲ କିଣି ନଦେବାରୁ ନାବାଳିକାଙ୍କ ଅତ୍ମହତ୍ୟା

Advertisment

ଚକ୍ଷୁଦାନ କଲେ ପରିବାର ଲୋକେ

ଚକ୍ଷୁଦାନ କଲେ ପରିବାର ଲୋକେ

ସାଇକଲ କିଣି ନଦେବାରୁ ନାବାଳିକାଙ୍କ ଅତ୍ମହତ୍ୟା

Times of India

ବଲାଙ୍ଗୀର: ପୁଇନ୍ତଲା ବ୍ଲକ୍‌ ବୁବେଲ ଗ୍ରାମରେ ଦାଶରଥି ପଧାନଙ୍କ ଝିଅ ନିରୁପମା ପଧାନ (୧୫ବର୍ଷ) ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସେ ଏବର୍ଷ ମାଟ୍ରିକ ପରୀକ୍ଷା ଦେଇ ପାସ କରିଥିଲେ। କୌଣସି କଲେଜରେ ନାମ ଲେଖାଇ ପାଠ ପଢ଼ାଇବାକୁ ଘରେ ରାଜି ହୋଇଥିଲେ। ହେଲେ ସେ ସାଇକଲ କିଣିବାକୁ ଜିଦ ଧରିଥିଲେ। ପରିବାର ଲୋକେ କଲେଜରେ ନାମ ଲେଖାଇବା ପରେ ସାଇକଲ କିଣିଦେବା ପାଇଁ କହିଥିଲେ।

ହେଲେ ସ‌େ ଆଉ କାହା କଥା ନଶୁଣି ବିଷ ପିଇ ଦେଇଥିଲେ। ଗୁରୁତର ଭାବେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକେ ନାବାଳିକାଙ୍କ ଚକ୍ଷୁଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe