ସାପ କାମୁଡ଼ାରେ ୨ଜଣଙ୍କ ମୃତ୍ୟୁ

Advertisment
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

ପାଟଣା/ତେଲକୋଇ: ପାଟଣା ବ୍ଲକ୍‌ କ‌ୋଠାଘର ଗ୍ରାମରେ ସାପ କାମୁଡ଼ାରେ ୬ ମାସର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁଟି ହେଲା ବାରତଣିଆ ଗ୍ରାମର ନରେଶ ମୁଣ୍ଡାଙ୍କ ପୁଅ ଦିବ୍ୟରଞ୍ଜନ। ମା’ ରଶ୍ମିତା ଶିଶୁଟିକୁ ନେଇ ବାପଘର କୋଠାଘର ଗ୍ରାମକୁ ଯାଇଥିଲେ। ଗତକାଲି ରାତିରେ ଶିଶୁଟି ମା’ କୋଳରେ ଶୋଇଥିବା ବେଳେ ଏକ ବିଷଧର ସାପ ତାକୁ କାମୁଡ଼ି ଥିଲା। ପରିବାର ଲୋକେ ଶିଶୁଟିକୁ ପାଟଣା ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ସେହିପରି ତେଲକୋଇ ଥାନା ଜଟ ଗ୍ରାମରେ ସାପ କାମୁଡ଼ାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଅଶୋକ ମହାରଣାଙ୍କ ଝିଅ ଉପାସୀ ମହାରଣା (୧୦)। ଗତକାଲି ରାତିରେ ଶୋଇଥିବା ବେଳେ ଏକ ବିଷଧର ସାପ ଉପାସୀଙ୍କୁ କାମୁଡ଼ି ଥିଲା। ସକାଳେ ସେ ଗୁରୁତର ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ତେଲକୋଇ ଡାକ୍ତରଖାନା ଆଣିଥିଲେ। ସେଠାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥା‌ରେ ତାଙ୍କର ମୃତ୍ୟୁ ଘଟିଛି। ଉପାସୀ ଗାଁ ସ୍କୁଲ୍‌ରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe